Categories: ବାଣିଜ୍ୟ

ମାନ୍ଦାବସ୍ଥା ଦୂର ପାଇଁ ଆଉ ଏକ ପ୍ୟାକେଜ ଘୋଷଣା ଖୁବଶୀଘ୍ର

ନୂଆଦିଲ୍ଲୀ,୧୮-୯: ଅର୍ଥନୀତିକୁ ପ୍ରୋତ୍ସାହନ ଯୋଗାଇ ମାନ୍ଦାବସ୍ଥା ଦୂର କରିବା ଲକ୍ଷ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଉ ଏକ ପ୍ୟାକେଜ ଖୁବଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି। ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ଆସନ୍ତା ୨/୪ ଦିନ ଭିତରେ ଏହାକୁ ଘୋଷଣା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାଥାଉ କି, ସୀତାରାମନ୍‌ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ଲାଗି ଅର୍ଥମନ୍ତ୍ରୀ ଏଥିପୂର୍ବରୁ ୩ଥର ସହାୟତା ପ୍ୟାକେଜ ଘୋଷଣା କରିସାରିଛନ୍ତି। ସେ ଏଥିମଧ୍ୟରେ ରିଏଲ ଇଷ୍ଟେଟ ଲାଗି ସ୍ବତନ୍ତ୍ର ଓ୍ବିଣ୍ଡୋ ଗଠନ କରିଥିବା ବେଳେ ରପ୍ତାନି, ଏମ୍‌ଏସ୍‌ଏମ୍‌ଇ ଓ ଅଟୋମୋବାଇଲ ସେକ୍ଟର ଲାଗି ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ ଯେ, ସରକାର ମାନ୍ଦାବସ୍ଥା ଦୂର କରିବା ପାଇଁ ଆହୁରି କିଛି ପଦକ୍ଷେପ ଘୋଷଣା କରିବେ। ସରକାର ସଙ୍କଟର ମୁକାବିଲା କରିବା ଲାଗି ତ୍ୱରିତ୍‌ ପଦକ୍ଷେପ ନେଉଛନ୍ତି, ଏହା ଏକ ସକାରାମତ୍କ ଦିଗ କୁହାଯାଇପାରେ। ସରକାରୀ ସ୍ତରରେ ଘୋଷଣା ସରିନି, ଆଗକୁ ଆହୁରି କିଛି ଘୋଷଣା ହେବ।

Share