Categories: ବାଣିଜ୍ୟ

ମାନ୍ଦାବସ୍ଥା ପ୍ରଭାବ;୧୪ ଦିନ ଉତ୍ପାଦନ ବନ୍ଦ କଲା ମହିନ୍ଦ୍ରା

ନୂଆଦିଲ୍ଲୀ,୧୦-୮: ଘରୋଇ ଗାଡ଼ି ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଚଳିତ ତ୍ରୈମାସରେ ନିଜର ବିଭିନ୍ନ କାରଖାନାରେ ୮ରୁ ୧୪ ଦିନ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ କରିଦେଇଛି। ଉତ୍ପାଦନ ଓ ଚାହିଦା ମଧ୍ୟରେ ସନ୍ତୁଳନ ସ୍ଥାପନ ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଅଟୋ ସେକ୍ଟରରେ ମାନ୍ଦାବସ୍ଥାର ପ୍ରଭାବ ଯେ କେତେ ଗଭୀର ମହିନ୍ଦ୍ରାର ଏହି ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହେଉଛି। କମ୍ପାନୀ ପକ୍ଷରୁ ଷ୍ଟକ୍‌ ମାର୍କେଟକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ସୂଚନାଥାଉ କି, ଏପ୍ରିଲ-ଜୁଲାଇରେ ମହିନ୍ଦ୍ରାର ଘରୋଇ ଗାଡି ବିକ୍ରି ୮ ପ୍ରତିଶତ ହ୍ରାସ ପାଇ ୧,୬୧,୬୦୪ରେ ପହଞ୍ଚତ୍ଛି। ବର୍ଷକ ପୂର୍ବେ ସମାନ ଅବଧିରେ ୧,୭୧,୮୩୧ ଗାଡ଼ି ବିକ୍ରି ହୋଇଥିଲା।

Share