Categories: ବାଣିଜ୍ୟ

ମାନ୍ଦାବସ୍ଥା ଯୋଗୁ ଧିମା ହୋଇଛି ନିଯୁକ୍ତି

ନୂଆଦିଲ୍ଲୀ,୨୦ -୮: ଭାରତରେ ଗତବର୍ଷ ବେକାରି ହାର ୪୫ ବର୍ଷରେ ସବୁଠାରୁ ଖରାପ ରହିଛି। ଏହି ସମୟରେ ପ୍ରାୟ ସବୁ ସେକ୍ଟରରେ ନିଯୁକ୍ତି ଅତ୍ୟନ୍ତ ଧିମା ରହିଛି। ମାନ୍ଦାବସ୍ଥା ଯୋଗୁ ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ଧୀରେ ଧୀରେ କମିବାରେ ଲାଗିଛି। କେୟାର ରେଟିଙ୍ଗ୍‌ସ ଲିମିଟେଡ ପକ୍ଷରୁ ଏକ ଷ୍ଟଡିରୁ ଜଣାପଡିଛି ଯେ, ବ୍ୟାଙ୍କ, ବୀମା କମ୍ପାନୀ, ଅଟୋ ନିର୍ମାତା, ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ନିଯୁକ୍ତି ସବୁଠାରୁ କମ୍‌ ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୧୦୦୦ କମ୍ପାନୀଙ୍କ ରିପୋର୍ଟ ତର୍ଜମା ପରେ ଉକ୍ତ ଷ୍ଟଡି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଅନ୍ୟପକ୍ଷରେ ବ୍ଲୁମ୍‌ବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ସର୍ଭିସ ସେକ୍ଟର ଏଭଳି ଏକ ସ୍ଥାନ ଯେଉଁଠି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ମାର୍ଚ୍ଚ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ନିଯୁକ୍ତି ସୁଯୋଗ ହ୍ରାସ ପାଇବାରୁ ଏହା ସ୍ପଷ୍ଟ ହେଉଛି ଯେ, ଦେଶ ଆର୍ଥିକ ସଙ୍କଟ ଭିତର ଦେଇ ଗତିକରୁଛି। ଅନ୍ୟପକ୍ଷରେ ଭାରତକୁ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସକୁ ଏହା ଝଟକା ଦେଇପାରେ। ଏହାବ୍ୟତୀତ ନିଯୁକ୍ତି ସଙ୍କଟ ଅଧିକ ଗଭୀର ହେବା ଦ୍ୱାରା ସାମାଜିକ ତଥା ରାଜନୈତିକ ଉତ୍ତେଜନା ବୃଦ୍ଧିି ହୋଇପାରେ। କେୟାର ରେଟିଙ୍ଗସ ମୁତାବକ, ମାର୍ଚ୍ଚ ୨୦୧୭ରେ ନିଯୁକ୍ତି ବୃଦ୍ଧି ୫୪ ଲକ୍ଷ ଥିଲା, ଯାହା ମାର୍ଚ୍ଚ, ୨୦୧୮ରେ ୫୭ ଲକ୍ଷ ପାଖାପାଖି ପହଞ୍ଚତ୍ୟାଇଥିଲା। ଏହା ୬.୨ ପ୍ରତିଶତ ଅଭିବୃଦ୍ଧି ଥିଲା। ଚଳିତବର୍ଷ ମାର୍ଚ୍ଚରେ ଏହି ସଂଖ୍ୟା ୬୦ ଲକ୍ଷ ହୋଇଛି, ଯାହାର ଅଭିବୃଦ୍ଧି ମାତ୍ର ୪.୩% ରହିଛି। କେୟାର ରେଟିଙ୍ଗ୍‌ସ ଅନୁଯାୟୀ ହସ୍ପିଟାଲିଟି ସେକ୍ଟର ଅର୍ଥାତ ସର୍ଭିସ ସେକ୍ଟରରେ ନିଯୁକ୍ତି ଏବଂ ଆଉଟସୋର୍ସିଂ ବଢ଼ିଛି। କିନ୍ତୁ

Share