ମାଫିଆଙ୍କ ଦ୍ୱାରା ମାଣଗୌଣୀ ପଥର ନଷ୍ଟ ହେବା ଆଶଙ୍କା : ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ଖଣ୍ଡପଡ଼ା,୧ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ,ପାହାଡର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ ଲୁଟ୍‌ କରିବାରେ ଲାଗି ପଡିଛି। ରାଜସ୍ବ ବୃଦ୍ଧି ନିମନ୍ତେ ମଧ୍ୟ ତହସିଲ ପକ୍ଷରୁ ନିଲାମ ଦିଆଯାଉଥିବା ପାହାଡ, ଜଙ୍ଗଲକୁ ମଣିଷ ପଦା କରିବାକୁ ବସିଲାଣି। ଅନେକ ପଥର ମାଫିଆ ପଥର କ୍ୱାରୀ ନିଲାମ ନ ନେଇ ଏବଂ ନୀତି ନିୟମକୁ ଉଂଲଘନ କରି ପଥର ଲୁଟୁଥିବା ଅଭିଯୋଗ ହେଉଛି। ଏଥି ମଧ୍ୟରୁ ନୟାଗଡ଼ ଜିଲା କଣ୍ଟିଲୋସ୍ଥ ଶ୍ମଶାନ ଚଣ୍ଡୀ ମନ୍ଦିର ନିକଟ ପୁରାତନ କାଳିଆପଲ୍ଲୀ ଗ୍ରାମ ରାସ୍ତାରେ ରହିଥିବା ମାଣଗୌଣୀ ପଥର ଅନ୍ୟତମ।
ପ୍ରକାଶ ଯେ,କଣ୍ଟିଲୋ ନିକଟସ୍ଥ ଭାଗବତ ମୁଣ୍ଡିଆରେ ‘ସେରେଣ୍ଡା’ ନାମକ ଏକ ବିରାଟ ପଥର ରହିଛି ା ଏହି ପଥର ମଧ୍ୟରେ ଥିବା ଏକ ଖାଲରେ ବର୍ଷାଦିନେ ଜମା ଥିବା ପାଣିକୁ ଜଙ୍ଗଲ ଜୀବଜନ୍ତୁ ଓ ବେଳେବେଳେ ମଣିଷମାନେ ପିଇ ତୃଷା ମେଣ୍ଟାଉଥିବା ଦେଖାଯାଏ। କିଛି ପଥର ମାଫିଆ ଏହି ପଥରକୁ ଭାଙ୍ଗିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଏହି କାର୍ଯ୍ୟକୁ ବିରୋଧ କରିବାରୁ ସମ୍ପୂର୍ଣ୍ଣ ପଥର ଭାଙ୍ଗିବା କାର୍ଯ୍ୟ ବନ୍ଦ ହୋଇଥିଲା। ଅପର ପକ୍ଷରେ ଭାଗବତ ମୁଣ୍ଡିଆ ନିକଟ କମେଇ ନଦୀ ପାର୍ଶ୍ୱ ନାଳକୁ ଲାଗି ତଳ ଉପର ହୋଇ ଦୁଇଟି ପଥର ରହିଛି। ଏହା ‘ମାଣ ଗୌଣୀ’ ନାମରେ ପରିଚିତ। ଏହି ଦୁଇଟି ପଥର ମଧ୍ୟରୁ ସମୟାନୁକ୍ରମେ ବଡ ପଥରଟି କ୍ଷୟ ହେଉଥିବାବେଳେ ଉପରେ ଥିବା ଛୋଟ ପଥରଟିର ବୃଦ୍ଧି ଘଟୁଥିବା ବୟସ୍କ ବ୍ୟକ୍ତିମାନେ କହିଥାନ୍ତି । ଉଭୟ ପଥରକୁ ମାମୁଁ ଭଣଜା ପଥର ବୋଲି ସ୍ଥାନୀୟ ଲୋକେ କୁହନ୍ତି। ତେବେ ଏ ଦୁଇଟି ପଥର ପୁରାତନ ସ୍ମୃତି ସହ ସଂଶ୍ଳିଷ୍ଟ ବୋଲି ଅନେକେ ମତ ପ୍ରକାଶ କରୁଛନ୍ତି। ଶ୍ରୀନୀଳମାଧବ ପୀଠ ସହ ଶବର ରାଜା ବିଶ୍ୱାବସୁ ଓ ତାଙ୍କ ପ୍ରାଚୀନ ବାସସ୍ଥଳୀ ଧାନଚେଙ୍ଗଡା ପଞ୍ଚାୟତ ଅନ୍ତର୍ଗତ କାଳିଆପଲ୍ଲୀ ବେଶ୍‌ ଜଣାଶୁଣା। ନୀଳମାଧବ ପୀଠଠାରୁ ମାତ୍ର ୬ କି.ମି.ଦୂରରେ ରହିଛି କାଳିଆପଲ୍ଲୀ ଗ୍ରାମ। ଜଙ୍ଗଲ ପାହାଡ ଘେରା ବ୍ରହ୍ମାଦ୍ରୀ ପାହାଡ ଶୀର୍ଷ ଦେଶରେ ଅଧିଷ୍ଠିତ ଶ୍ରୀନୀଳମାଧବଙ୍କୁ ପ୍ରତ୍ୟହ ପୂଜାର୍ଚ୍ଚନା ପାଇଁ ଶବର ରାଜା ବିଶ୍ୱାବସୁ କାଳିଆପଲ୍ଲୀରୁ ଆସିଥାନ୍ତି ା ଏଥି ନିମନ୍ତେ ସେ କମେଇ ନଦୀ କୂଳେ କୂଳେ ଅଗମ୍ୟ ଜଙ୍ଗଲ ରାସ୍ତା ଅତିକ୍ରମ କରିଥାନ୍ତି। ଏହି ରାସ୍ତାରେ‘ମାଣଗୌଣୀ’ ବା ‘ମାମୁଁ ଭଣଜା’ ପଥର ପଡିଥାଏ। ବଡ ପଥରଟି ‘ଗୌଣୀ’ ଏବଂ ତା ଉପରେ ଥିବା ଛୋଟ ପଥରଟିକୁ ‘ମାଣ’ବୋଲି କୁହାଯାଇଥାଏ। ଶସ୍ୟ ମାପିବା ନିମନ୍ତେ ପିତ୍ତଳ ପ୍ରସ୍ତୁତ ସାମଗ୍ରୀକୁ ଗୌଣୀ ବୋଲି କୁହାଯାଏ। ଶବର ରାଜା ବିଶ୍ୱାବସୁ ଉକ୍ତ ରାସ୍ତା ଦେଇ ଗଲାବେଳେ ଏହି ପଥର ନିକଟରେ କିଛି ସମୟ ବିଶ୍ରାମ ନେଇଥାନ୍ତି। ପରେ ସେ ନିଜ ଗନ୍ତବ୍ୟ ପଥରେ ଯାଇଥାନ୍ତି ବୋଲି କାଳିଆପଲ୍ଲୀ ଶବର ସମ୍ପ୍ରଦାୟର ମୁରଲୀ ନାୟକ, ବ୍ରଜବନ୍ଧୁ ବେହେରା ଓ ଧାନଚେଙ୍ଗଡା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କଠାରୁ ପ୍ରକାଶ। ପଥର ମାଫିଆମାନେ ବ୍ଲାଷ୍ଟିଂ କରି ‘ମାଣଗୌଣୀ’ ପଥରକୁ ନଷ୍ଟ କରିବା ନେଇ ଆଶଙ୍କା କରାଯାଉଛି। ଏହାର ସୁରକ୍ଷା ନିମନ୍ତେ ପ୍ରଶାସନିକ ଦୃଷ୍ଟି ପଡ଼ିବା ସହ ସ୍ଥାନୀୟ ଗ୍ରାମବାସୀ ଯନତ୍ବାନ ନ ହେଲେ ବହୁ ପୂରାତନ ଓ କିମ୍ବଦନ୍ତୀ ପାଲଟିଥିବା ଏହି ବିରଳ ପଥର ନଷ୍ଟ ହୋଇଯିବ ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର: ଜିଲା ଭାଜପା ସଭାପତିଙ୍କୁ ଫେରାଦ

ପାଟଣା,୧୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଭାଜପା ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପାଟଣା ବିଧାୟକ ଓ ସଙ୍ଗଠନ ଦାୟିତ୍ୱରେ...

Jallianwala Bagh Massacre Day: ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ, ତ୍ୟାଗ ପଛର କାହାଣୀ

ଆଜି ଅପ୍ରେଲ ୧୩, ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ। ୧୯୧୯ ମସିହାର ଏହି ଦିନ ଭାରତୀୟ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଯୋଡ଼ି ହୋଇଥିଲା।...

ସମ୍ବଲପୁରରେ ପୁଣି ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସମ୍ବଲପୁର,୧୩।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଏକମାସ ବ୍ୟବଧାନରେ ଅପରାଧିଙ୍କୁ ପୋଲିସ ଏନକାଉଣ୍ଟର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକରା...

ସମୃଦ୍ଧ ଓଡ଼ିଶାକୁ ସାକାର କରିବ ଆୟୁଷ୍ମାନ ଭାରତ

”ଆରୋଗ୍ୟମ୍‌ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍‌“ ଆମ ଶାସ୍ତ୍ର କୁହେ, ସୁସ୍ଥ ରହିବା ହେଉଛି ପରମ ସୌଭାଗ୍ୟ। ସୁସ୍ଥ ବ୍ୟକ୍ତି ଦ୍ବାରା ସମସ୍ତ କାର୍ଯ୍ୟର ସିଦ୍ଧି...

ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍‌

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌରବ ଖାନ୍ନା ‘ସେଲିବ୍ରିଟି ମାଷ୍ଟରଶେଫ୍‌’ ପ୍ରଥମ ସିଜନର ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ରାତିରେ ଆୟୋଜିତ ଗ୍ରାଣ୍ଡ ଫିନାଲେ...

ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ୍‌; ୩୦ରୁ ଉଦ୍ଧର୍‌ବ ଯାତ୍ରୀ…

ଖଲ୍ଲିକୋଟ,୧୩।୪(ପ୍ରଶାନ୍ତ କୁମାର ମିଶ୍ର): ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ...

ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା...

ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image