ମା’ବାପ୍‌ ଛେଉଁଡ୍‌ ପିରବତୀକୁଁ ଘାରୁଛେ ପଢ଼ା ଚିନ୍‌ତା

କଣ୍ଟାବାଞ୍ଜି, ୩୦।୧ (ଡି.ଏନ୍‌.ଏ)- ସରକାର ‘ସଭେ ପଢ଼ୁନ୍‌ ସଭେ ବଢ଼ୁନ୍‌’ ନାରା ଦେଉଛନ୍‌। ଛାତ୍ରୀଛାତ୍ରକଁର ଲାଗି ବି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେନ୍‌ତା ଆଦିବାସୀ ଛାତ୍ରୀଛାତ୍ରକଁର ଲାଗି ଭିନେ ସ୍କୁଲ ଖୁଲି ତାକର ରହିବାର, ଖାଏବାର ସଂଗେ ପାଠ୍‌ପଢ଼ାର ବେବସ୍‌ତା କରୁଛନ୍‌। ହେଲେ ଅନେକ୍‌ ଜାଗାରେ ଗରିବ୍‌ ଦୁଖି ଆଦିବାସୀ ଛାତ୍ରୀଛାତ୍ର ସରକାରକଁର ଇ ମହତ୍‌ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବଡ଼ଡକଲା ପଁଚେତ୍‌ ସଦର ଗଁାର କମଲାପଡ଼ାରେ।
ସୂଚନା ଅନ୍‌ସାରେ ବଡ଼ଡକଲା ଗଁାର ସ୍ବର୍ଗତ ହୀରାଧର ମାଝି ଆର ତୁଲସୀକଁର ୩ ଝି’ ପ୍ରେମଶିଳା(୧୪), ପିରବତୀ(୧୨) ଆର ଯାଜ୍ଞସେନୀ(୮)। ହୀରାଧର ଅନେକ ଦିନୁ ଆରପାରକେ ଚାଲିଯାଇଥିଲାବେଲେ ତୁଲସୀ ବି ଝି’ମାନକୁ ଛାଡ଼ି କେନ୍‌ଆଡ଼େ ପଲେଇଯାଇଛନ୍‌ ଯେ ଆଏଜ୍‌ତକ ତାକର ଖୋଜଖବର ନଁାଇଁନ। ଏନ୍‌ତାଥି ମା’ବାପ୍‌ ଛେଉଁଡ୍‌ ୩ ବହେନ୍‌ ମାମୁ କୁନୁ ନାଏକକଁର ଘରେ ଆଶ୍‌ରେ ନେଇଛନ୍‌। ହେଲେ ମାମୁ ବି ନିହାତି ଗରିବ୍‌, କୁଲିମଜୁରି କରି ନିଜର କୁଟୁମ୍‌ ପୁଷୁଛନ୍‌। କୁନୁକଁର ପରିବାର କହେଲେ ମାଏକିନା କୁନ୍ତଲା ଆର ୫ ଝି’ପୁଓକୁ ନେଇ ସଁସାର। ହେଲେ କୁନୁ ନିଜର ଛୁଆପିଲାକର ଲେଖେଁ ଭାନ୍‌ଜିମାନକର ଦେଖ୍‌ଭାଲ କୁରୁଥିବାର ପିରବତୀ କହିଛନ୍‌। ପିରବତୀକଁର ଛୁଆବେଲୁ ପାଠ୍‌ପଢ଼ାରେ ରୁଚି ରହିଛେ। ତାକର ପାଠ୍‌ପଢ଼ା ଦେଖି ମାମୁ ବି ତାହାକୁ ଦୁଖ୍‌ସୁଖ କରି ପାଠ୍‌ ପଢ଼ଉଛନ୍‌। ପିରବତୀ ଏହେଦେ ବଡ଼ଡକଲା ଆଶ୍ରମ ସ୍କୁଲରେ ୭ମ ଶ୍ରେଣୀରେ ପଢ଼ୁଛନ୍‌। ସେଠାନେ ସେ ୮ମ ଶ୍ରେଣୀ ତକ୍‌ ପଢ଼ିପାରବେ। ଗଁାରେ କି ତାକର ପଁଚେତ୍‌ରେ ହାଇସ୍କୁଲ ନଁାଇଁନ। ଏନ୍‌ତାଥି ପିରବତୀ ୮ମ ଶ୍ରେଣୀ ଉତାରୁ କେନ୍‌ଠାନେ ପଢ଼ବେ କି ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ବା ସେ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ମାମୁ ନିଜର ଛୁଆପିଲାକୁ ନେଇଁ ପଢ଼େଇ କରି ମୋର ପଢ଼ବାର ଦେଖି ମୋତେ ପଢ଼ଉଛନ୍‌। ମୋର ମା’ବାପ୍‌ ନଁାଇଁନ। ମାମୁ ମାଇଁ ଆମ୍‌କୁ ୩ ବହେନ୍‌କୁ ଥିରପାଏନ୍‌ ଦେଇ ପଢ଼ଉଛନ୍‌ ବଡ଼କଥା। ତାହାକୁ ମୁଇଁ ଆଗ୍‌କେ ପାଠ୍‌ପଢ଼ମି ବଲି ଯୋର କରି ନାଇଁପାରେଁ। ଯଦି ପରଶାସନ କି କେହେନ୍‌ସି ସହୁରୁଦ୍‌ ଲୋକ୍‌ ମୋର ପାଠ୍‌ପଢ଼ାର ଲାଗି ସାହାଯ୍‌ର ହାତ୍‌ ବଢ଼ାବେ ମୁଇଁ ନିହାତି ଆଗ୍‌କେ ପଢ଼ିପାରମି ବଲି ଥାନୀଅ ଧରିତ୍ରୀ ପରତିନିଧିକୁଁ କହିଥିଲେ। ପିରବତୀ ଲେଖେଁ ଝନେ ମା’ବାପ୍‌ ଛେଉଁଡ୍‌ ଆଦିବାସୀ ଟୁକେଲ ଉପରେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ତାକର ପାଠ୍‌ପଢ଼ାର ସବୁ ବେବସ୍‌ତା କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।

Share