ମା’ବିରଜାଙ୍କ ରଥଯାତ୍ରା ପାଇଁ ହାଇକୋର୍ଟରେ ପିଟିଶନ

ଯାଜପୁର ଟାଉନ, ୧୫।୯ (ଡି.ଏନ୍‌.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତବର୍ଷ କରାଇବାକୁ ସେବାୟତ ପରିଷଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରତିବର୍ଷ ମା’ଙ୍କର ଦୂର୍ଗାପୂଜା ଅବସରରେ ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ କରୋନା କଟକଣା ରହିଥିବାରୁ ମନ୍ଦିରରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବନାହିଁ ବୋଲି ନିୟମ ରହିଛି। ତେବେ ଚଳିତବର୍ଷ ମଳ ମାସ ପଡୁଥିବାରୁ ମା’ଙ୍କ ରଥଯାତ୍ରା ଅକ୍ଟୋବର ୧୭ ରୁ ୨୪ ତାରିଖ ୯ ଦିନ ଧରି ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଛି। ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ହାଇକୋର୍ଟ ଯେଉଁ ସବୁ ସର୍ତ୍ତ ରଖିବେ ସେଗୁଡ଼ିକ ମାନି ରଥଯାତ୍ରା କରାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ କୁହାଯାଇଛି।