ମାମୁଘରେ ଥିବା ବେଳେ ଗୁଳିକାଣ୍ଡରେ ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ, ୨୨।୬: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ କଲମୀ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ରାକେଶ ବେହେରା(୨୪)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ପ୍ରକାଶ ଯେ, ରାକେଶ ଶୁକ୍ରବାର ସାରେ ମାମୁଘର କଲମୀ ଗ୍ରାମକୁ ଯାଇଥିଲେ। ସେଠାରେ ରାତିରେ ଗୁଳିକାଣ୍ଡ ଘଟିଥିଲା। ଏକ ଗୁଳି ରାକେଶଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।