ମାରଣାସ୍ତ୍ର ଦେଖାଇ ଯୁବକଙ୍କୁ ଅପହରଣ : ପୂର୍ବ ଶତ୍ରୁତା ସନ୍ଦେହ

ପୁରୀ ଅଫିସ, ୨୬।୭: ପୁରୀ ସଦର ଥାନା ଅଧୀନ ଗଡଭିଙ୍ଗୁରା ଛକରୁ ବୁଧବାର ଜଣେ ଯୁବକଙ୍କୁ ଅପହରଣ କରି ନିଆଯାଇଛି। ସେ ହେଲେ ନୂଆଗାଁର ଅଜୟ ବେହେରା। ଗୁରୁବାର ବାଲିଘାଇ ଫାଣ୍ଡି ଏବଂ ସଦର ଥାନାରେ ଏ ନେଇ ପୃଥକ ଭାବେ ୨ଟି ଅଭିଯୋଗ ହୋଇଛି। ଥାନାରେ ଅଜୟଙ୍କ ବାପା ସିନ୍ଧୁ ବେହେରା ଏବଂ ଫାଣ୍ଡିରେ ତାଙ୍କ ସାଙ୍ଗ ନବଘନ ସ୍ବାଇଁ ଏତଲା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି।
ଉଭୟଙ୍କ ଅଭିଯୋଗରେ ଦର୍ଶାଯାଇଛି, ଗତ ୨୪ତାରିଖରେ ଅଜୟ ଓ ନବଘନ ଏକ ବାଇକ ଯୋଗେ କୌଣସି କାମରେ ପୁରୀ ଯାଇ ଘରକୁ ଫେରୁଥିଲେ। ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁହେଁ ଗଡ଼ଭିଙ୍ଗୁରା ଛକରେ ଠିଆହୋଇଥିଲେ। ଏହି ସମୟରେ ନୂଆଗାଁର ଅକ୍ଷୟ ଓ ତାଙ୍କ ସହଯୋଗୀ ଦୁଇଟି ବାଇକରେ ଆସି ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ଅଜୟଙ୍କୁ ବାଇକ୍‌ ସହ ଅପହରଣ କରିନେଇଥିଲେ। ନବଘନ ଗ୍ରାମକୁ ଯାଇ ଅଜୟଙ୍କ ପରିବାର ଲୋକଙ୍କୁ ଏହା ଜଣାଇଥିଲେ। ସେମାନେ ଗଇଁଡୋଳ, ଗଡଭିଙ୍ଗୁରା ଆଦି ଗ୍ରାମରେ ଖୋଜାଖୋଜି କରି ନିରାଶ ହେବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଘଟଣା ପରଠୁ ଅଜୟଙ୍କ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ରହିଛି। ଫଳରେ ପରିବାରବର୍ଗ ଚିନ୍ତାରେ ପଡ଼ିଛନ୍ତି। ଅପହରଣକାରୀଙ୍କ କବଳରୁ ପୁଅକୁ ଉଦ୍ଧାର କରିବା ଲାଗି ସେମାନେ ପୋଲିସକୁ ଆକୁଳ ନିବେଦନ କରିଛନ୍ତି। ଏ ନେଇ ତଦନ୍ତ ଜାରିରହିଥିବା ପୋଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ, ଜମିବାଡ଼ିକୁ କେନ୍ଦ୍ରକରି ଅଜୟ (ଅପହୃତ) ଓ ଅକ୍ଷୟ (ଅପହରଣକାରୀ)ଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି। କୌଣସି ଏକ ଘଟଣାରେ ଅଜୟ ଜେଲ୍‌ ଯାଇ ଜାମିନରେ ଆସିଥିଲେ। ଏହାପରେ ଅଜୟ ଓ ଅକ୍ଷୟ ମୁହାଁମୁହିଁ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର: ମୁହଁଖୋଲିଲେ ମୁଖ୍ୟମନ୍ତ୍ରୀ କହିଲେ ୩ ଜଣ…

ଭୁବନେଶ୍ୱର,୪।୧୧: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ମାମଲାରେ ୩ ଜଣ ଗିରଫ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।...

ପିସିସି ସଭାପତି ଚୟନକୁ ନେଇ ମୁହଁ ଖୋଲିଲେ ଷ୍ଟିଅରିଙ୍ଗ କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା: କହିଲେ…

ଭୁବନେଶ୍ୱର,୪।୧୧:  ଶୁକ୍ରବାର ପିସିସି କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ଏହି ବୈଠକ ସମସ୍ତ ବିଧାୟକ ଏଂ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ହୋଇଥିଲା।...

କାହା ନାଁରେ ବାଜିବ ମୋହର? କିଏ ହେବେ ପିସିସି ସଭାପତି: କଂଗ୍ରେସର ବରିଷ୍ଠ ନେତା କହିଲେ …

ଭୁବନେଶ୍ୱର,୪।୧୧:  ରାଜ୍ୟ କଂଗ୍ରେସର ପିସିସି ସଭାପତିକୁ ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ମହମ୍ମଦ୍‌ ମୋକିମ, ଶ୍ରୀକାନ୍ତ କିମ୍ବା ଜୟଦେବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।...

ରାଜ୍ୟ ସରକାରଙ୍କ ବଡ଼ ସୂଚନା: ଏହି ଦିନଠୁ ଆରମ୍ଭ ହେବ ଧାନ କିଣା

ଭୁବନେଶ୍ୱର,୪।୧୧: ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବ। ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।...

ବୈଠକରେ ସିଙ୍ଘମ ଫିଲ୍ମ ଡାଇଲଗ୍‌ ଶୁଣାଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କହିଲେ…

ଭୁବନେଶ୍ୱର,୪।୧୧: ସିଂଘମ ଫିଲ୍ମ ଡାଇଲଗ୍‌ ଶୁଣାଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପଦେଶ ଦେଇଛନ୍ତି। ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ୍‌...

ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ ପ୍ରାଥମିକ ଆକଳନ ଅନୁସାରେ ହୋଇଛି…

ଭୁବନେଶ୍ୱର,୪ା୧୧: ବାତ୍ୟା ଦାନା ରାଜ୍ୟର କିଛି ଜିଲାରେ ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୋମବାର ସୂଚନା ଦେଇଛନ୍ତି।...

ଆମ୍ବଟାକୁଆ ମୃତ୍ୟୁ ଘଟଣାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଏହି କାରଣରୁ…

ଭୁବନେଶ୍ୱର,୪ା୧୧: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ...

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ପିଠିରେ ବାଜିଲା

ରାଉରକେଲା,୪ା୧୧(ସଙ୍ଗୀତା ଜେନା): ପ୍ଲାଣ୍ଟ ସାଇଟ୍‌ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ୍‌ ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପିଠିରେ ଲାଗିଛି। ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri