ମାରିଅମ ଥ୍ରେସିଆ ସନ୍ଥ ଘୋଷିତ

ଭାଟିକାନ୍‌ ସିଟି, ୧୪ା୧୦ : ଭାରତୀୟ ନନ୍‌ ମାରିଅମ୍‌ ଥ୍ରେସିଆ ଓ ଅନ୍ୟ ୪ ଜଣଙ୍କୁ ପୋପ୍‌ ଫ୍ରାନ୍ସିସ୍‌ ସନ୍ଥ ଭାବେ ଘୋଷଣା କରିଛନ୍ତି। ରବିବାର ଭାଟିକାନ୍‌ ସିଟିରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କେରଳ ଜନ୍ମିତ ସିଷ୍ଟର ମାରିଅମ୍‌ଙ୍କ ସହ ଇଂଲଣ୍ଡର ଜନ୍‌ ହେନ୍‌ରୀ ନିଉମାନ୍‌, ସ୍ବୀଜରଲାଣ୍ଡର ମାର୍ଗୁରାଇଟ ବେଜ୍‌, ବ୍ରାଜିଲର ଡୁଲ୍‌ସ ଲୋପେସ୍‌ ଓ ଇଟାଲୀର ସିଷ୍ଟର ଗ୍ୟୁସେପ୍‌ିନା ଭାନିନାଙ୍କୁ ସନ୍ଥ ଉପାଧିରେ ଭୁଷିତ କରାଯାଇଛି। ସେଠାକୁ ଏହି ଅବସରରେ ଭାରତୀୟ ପ୍ରତିନିଧୀମଣ୍ଡଳୀ ଯାଇଥିବା ଭାରତର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି, ମୁରଲୀଧରନ୍‌ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟି ଭଗବତ ଗୀତା ଉପହାର ଦେଇଛନ୍ତି।

Share