ମାରିଟାଇମ ଜଗତରେ ମହିଳା ସଶକ୍ତୀକରଣ

ଜାତିସଂଘ:୨୦୧୯ସେପ୍ଟେମ୍ବର ୨୬, ଗୁରୁବାର ପାଳନ କରାଯାଉଛି ବିଶ୍ୱ ମାରିିଟାଇମ ଦିବସ। ‘ସାମୁଦ୍ରିକ ଜଗତ ସମ୍ପର୍କରେ ମହିଳାମାନଙ୍କୁ ସଶକ୍ତୀକରଣ କରିବା’ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଉଛି। ଏହା ଜାତିସଂଘ ଦ୍ୱାରା ଇଣ୍ଟରନ୍ୟାଶ୍‌ନାଲ ମାରିଟାଇମ ଅର୍ଗାନାଇଜେଶନ(ଆଇଏମ୍‌ଓ) ବା ଆନ୍ତର୍ଜାତିକ ସାମୁଦ୍ରିକ ସଂଘ ମାଧ୍ୟମରେ ପାଳନ କରାଯାଉଛି। ୧୯୭୮ ମାର୍ଚ୍ଚ ୧୭ରେ ପ୍ରଥମେ ବିଶ୍ୱ ମାରିଟାଇମ୍‌ ଦିବସ ପାଳନ କରାଯାଇଥିଲା। ସେ ସମୟରେ ଆଇଏମ୍‌ଓର ସଦସ୍ୟ ସଂଖ୍ୟା ଥିଲା୨୧ ଏବଂ ଏବେ ସଦସ୍ୟ ସଂଖ୍ୟା ବୃଦ୍ଧ ିପାଇ ପହଞ୍ଚିଛି ୧୬୭ରେ। ସାମାଦ୍ରିକ ଶିଳ୍ପରେ ମହିଳାମାନଙ୍କ ଯୋଗଦାନକୁ ଲୋକଲୋଚନକୁ ଆଣିବା ଏଥର ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ୩୦ ବର୍ଷୀୟା କ୍ୟାପ୍ଟେନ ସେରେନା ମେଲାନିଙ୍କ ଉଦ୍ୟମକୁ ବି ପ୍ରଶଂସା କରାଯାଇପାରେ। ମେଲାନି କ୍ରୁସି ଇଣ୍ଡଷ୍ଟ୍ରିରେ ବିଶ୍ୱରେ ପ୍ରଥମ ମହିଳା କ୍ୟାପ୍ଟେନ ନୂଆ କରି ନିର୍ମାଣକରାଯାଇଥିବା ଏକ କ୍ରୁସି ସେଭେନ ସି ସ୍ପ୍ଲେଣ୍ଡରକୁ ୨୦୨୦ରେ ଚଳାଇବାକୁ ନେଇ ରିଜେଣ୍ଟ ସେଭେନ ସି କ୍ରୁସି କମ୍ପାନୀ ବେଶ୍‌ ଖୁସି ରହିଛି। ଏଣୁ ସାମୁଦ୍ରିକ ଶିଳ୍ପରେ ମହିଳାଙ୍କ ଯୋଗଦାନକୁ ଏହା ଉସତ୍ାହିତ କରିବ ।
ଆନ୍ତର୍ଜାତିକ ସ୍ତରରେ ଅର୍ଥନୀତି ବିଶେଷକରି ଶିପିଂ କ୍ଷେତ୍ରରେ ମାରିଟାଇମ ଇଣ୍ଡଷ୍ଟ୍ରିର ଯୋଗଦାନକୁ ମନେପକାଇବା ପାଇଁ ବିଶ୍ୱ ମାରିଟାଇମ ଦିବସ ପାଳନ କରାଯାଉଛି। କିନ୍ତୁ ପ୍ରତିବର୍ଷ ସେପ୍ଟେମ୍ବର ଶେଷ ସପ୍ତାହର ଗୁରୁବାରରେ ଭିନ୍ନ ଭିନ୍ନ ପାଳନ ତାରିଖରେ ପାଳନ କରାଯାଉଛି। ଚଳିତ ବର୍ଷ ସେପ୍ଟେମ୍ବର ୨୬ରେ ଏହି ଦିବସ ପାଳନ କରାଯାଉଥିବା ବେଳେ ଆସନ୍ତା ବର୍ଷ ଏହା ସେପ୍ଟେମ୍ବର ୨୪ରେ ପାଳନ କରାଯିବ। ଏହି ଦିବସ ଶିପିଂ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଏ। ସାମୁଦ୍ରିକ ପରିବେଶ ଓ ସୁରକ୍ଷାକୁ ସୁନିଶ୍ଚିତ କରେ। ବିଭିନ୍ନ ଦେଶରେ ଥିବା ବିଭିନ୍ନ ମାରିଟାଇମ ଅର୍ଗାନାଇଜେଶନ ଏହି ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।

Share