Advertisement
Categories: ଗଞ୍ଜାମ

ମାରୁତି କଲ୍ୟାଣ ମଣ୍ଡପରେ ନିଅଁ।

ଫୁଲବାଣୀ ଅଫିସ, ୨୮ା୪-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ହାଟପଦାରେ ଥିବା ବେଆଇନଭାବେ  ଗଢି ଉଠିଥିବା ମାରୁତି କଲ୍ୟାଣ ମଣ୍ଡପରେ ଶନିବାର ପୂର୍ବାହ୍ନରେ ନିଅଁ।  ଲାଗିଛି ।  ବିଦ୍ୟୁତ୍‌ ଶର୍ଟ ଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି ା ଠିକ୍‌ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବାରୁ ବଡ ଧରଣର ଅଗ୍ନିକାଣ୍ଡକୁ ଏଡାଇ ଦିଆଯାଇଛି ା ହାଟ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ପୌର ପରିଷଦ ସହଯୋଗରେ ଏହି ମଣ୍ଡପ ଗଢ଼ି ଉଠିଥିବାରୁ ଏବେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି ା ଘଟଣାକୁ ନେଇ ସାଧାରଣରେ ଚାପା ଗୁଞ୍ଜରଣ ପ୍ରକାଶ ପାଇଛି। କାହା ଛତ୍ରଛାୟା ତଳେ ଏହି ମଣ୍ଡପ ବର୍ଷ ବର୍ଷ ଧରି ଚାଲିଛି ବୋଲି ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ବଡ କଥା ହେଉଛି, ବିଦ୍ୟୁତ୍‌ ଖୁଣ୍ଟ ମଣ୍ଡପ ଭିତରେ ରହିଛି ା ଖୁଣ୍ଟ ଚାରି ପଟେ ବାଉଁଶ ବାନ୍ଧି ପଲିଥିନ୍‌  ଘେରାଇ ମଣ୍ଡପ ନିର୍ମାଣକୁ ବିଦ୍ୟୁତ୍‌ ବିଭାଗ କିପରି ଦେଖି ପାରୁ ନ ଥିଲା ା

ସହରର ଜନଗହଳିପୂର୍ଣ୍ଣ ହାଟପଦାରେ ବେଆଇନ ଭାବେ ମାରୁତି କଲ୍ୟାଣମଣ୍ଡପ ପ୍ରାୟ ୪/୫ ବର୍ଷ ହେବ ଗଢ଼ି ଉଠିଛି ା ଏଠି ବିବାହ, ଭୋଜିଠାରୁ ଆରମ୍ଭ କରି ବଡ ବଡ କାର୍ଯ୍ୟକ୍ରମ ହୋଇଥାଏ ା ଭଡାରେ ଛୋଟବଡ ବ୍ୟବସାୟୀ ପ୍ରତିଷ୍ଠାନକୁ ମଣ୍ଡପ ମଧ୍ୟ ଦିଆଯାଏ। ଏଥିରୁ ମୋଟା ପ୍ରତିଶତ ପ୍ରଶାସନିକ ଅଧିକାରୀଙ୍କ ପକେଟକୁ ଯାଏ। ଏହାର ସୁରକ୍ଷା ଉପରେ କେହି ପ୍ରଶାସନିକ ଅଧିକାରୀ କିଛି କାର୍ଯ୍ୟାନୁଷ୍ଠାନ ନିଅନ୍ତିି ନାହିଁ ା ଯଦି କିଏ ପଚାରେ ଆମେ ଚିଠି କରିଛୁ ବୋଲି ଉତ୍ତର ଦିଅନ୍ତି ା ଗତ ୪ ମାସ ହେଲା ଅଗ୍ନିଶମ ବିଭାଗ ଫାୟାର ସେଫ୍‌ଟି ସାର୍ଟିଫିକେଟ ପାଇଁ ଚିଠି କରିଥିବା ଜଣାଯାଇଛି ା ଶନିବାର ନିଅଁା ଲାଗିବା ପରେ  ପରେ ବିଦ୍ୟୁତ୍‌ ବିଭାଗ ତତ୍ପର ହୋଇ ଉଠିଛି ା ଘଟଣା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ସାହୁଙ୍କୁ ପଚାରିବାରୁ ବିଦ୍ୟୁତ୍‌ ଖୁଣ୍ଟ  ଚାରିପଟେ କେଉଁ ଆଧାରରେ ମଣ୍ଡପ ତିଆରି ହୋଇଥିଲା, କେତେ ଦିନ ପାଇଁ ପରିମିଶନ ଦିଆଯାଇଥିଲା, ସେ ବିଷୟରେ ଜାଣିବା ପାଇଁ ଚିଠି କରିବୁ, ଉତ୍ତର ମିଳିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁଙ୍କୁ ପଚାରିବାରୁ ୪ ମାସ ପୂର୍ବରୁ ଆମେ ଫାୟାର ସେଫ୍‌ଟି ନେଇ ଚିଠି କରିଛୁ। ସେ କିଛି ଉତ୍ତର ଦେଇ ନାହାନ୍ତି, କି ଆମକୁ ଭେଟି ନାହାନ୍ତି ା ଶନିବାର ନିଅଁା ଲାଗିଲା ା ଆମେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି। ପୌରପରିଷଦ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କୁ ପଚାରିବାରୁ ଆମେ ଲିଜ୍‌ ଦେଇଛୁ। ସେଠାରେ କୌଣସି ସମସ୍ୟା ହେଲେ ସେମାନେ ବୁଝିବେ ବୋଲି ସେ କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel