Advertisement
Categories: Home Leftଖେଳ

ମାର୍କଣ୍ଡେଙ୍କୁ ଛାଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୩୧।୭(ପିଟି)- ସର୍ବାଧିକ ୪ ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ୍ବେଷ୍ଟଇଣ୍ଡିଆନ କ୍ରିକେଟର ଶେର୍ଫାନେ ରଦରଫୋର୍ଡଙ୍କ ଲାଗି ଲେଗ୍‌ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ଦଳରୁ ବିଦା କରିଛି। ଫଳରେ ମାର୍କଣ୍ଡେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି। ୨୦୧୮ ସଂସ୍କରଣରେ ପଦାର୍ପଣ କରିିଥିବା ମାର୍କଣ୍ଡେ ଉକ୍ତ ସିଜନରେ ୧୫ ଉଇକେଟ ନେଇ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ୩ୟ ସ୍ଥାନରେ ରହିଥିଲେ। କିନ୍ତୁ ଚଳିତ ବର୍ଷ ମାର୍କଣ୍ଡେଙ୍କ ବଦଳରେ ରାହୁଲ ଚହରଙ୍କୁ ଦଳରେ ଖେଳାଇଥିଲା। ମୟଙ୍କଙ୍କୁ ତାଙ୍କ ଭବିଷ୍ୟତ ଲାଗି ଶୁଭକାମନା। ପ୍ରତିଭାସମ୍ପନ୍ନ ମୟଙ୍କଙ୍କୁ ଆମେ ଚିହ୍ନଟ କରି ଗଠନ କରିଥିଲୁ। ତାଙ୍କୁ ଦଳରୁ ଛାଡ଼ିବା କଷ୍ଟକର ନିଷ୍ପତ୍ତି। ଆମେ ଶେର୍ଫାନେଙ୍କୁ ଦଳକୁ ସ୍ବାଗତ କରୁଛୁ। ତାଙ୍କ ଅଲରାଉଣ୍ଡର ଦକ୍ଷତା ଆମକୁ ପ୍ରଭାବିତ କରିଛି ବୋଲି ଏମ୍‌ଆଇ ଫ୍ରାଞ୍ଚାଇଜ ମାଲିକ ଆକାଶ ଅମ୍ବାନି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel