ନୂଆଦିଲ୍ଲୀ,୧୪।୮: ରାତି ପାହିଲେ ଦେଶରେ ଭାଇ ଭଉଣୀଙ୍କର ପବିତ୍ର ବନ୍ଧନର ପ୍ରତୀକ ଗହ୍ମାପୂର୍ଣ୍ଣିମା ପାଳନ କରାଯିବ। ଏନେଇ ଦୋକାନ ବଜାର ଚଳଚଞ୍ଚଳ ହୋଇଉଠିଛି। ସହରରେ ଚାରିଆଡେ ଦୋକାନଗୁଡ଼ିରେ ରାଖୀରେ ସଜେଇ ହୋଇଥିବା ବେଳେ ଏହାକୁ କିଣିବା ପାଇଁ ଲୋକମାନଙ୍କର ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଦୋକାନଗୁଡ଼ିକରେ ରଙ୍ଗବେରଙ୍ଗ, ବିଭିନ୍ନ ଡିଜାଇନ୍ର ରାଖୀ ମିଳୁଛି। ପୂର୍ବରୁ ଛୁଆମାନଙ୍କ ପାଇଁ ସ୍ପାଇଡର ମ୍ୟାନ ଓ କାର୍ଟୁନ ରାଖୀର ଚାହିଦା ରହିଥିବା ବେଳେ ଚଳିତ ଥର ନେତାଙ୍କ ଫଟୋ ଥିବା ରାଖୀର ଟ୍ରେଣ୍ଡ ଚାଲିଛି। ମାର୍କେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଥିବା ରାକ୍ଷୀ ମିଳୁଛି। ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ରାଜନୈତିକ ତିକ୍ତତା ଲାଗି ରହିଥିବା ବେଳେ ମାର୍କେଟରେ ଏହି ରାଖୀର ବହୁଳ ବିକ୍ରି ହେଉଛି।