ଭଦ୍ରକର ବିଭିନ୍ନ ମାର୍କେଟରୁ ୧୦୦ରୁ ଊର୍ଦ୍ଧ୍ୱ ବାଇକ ଜବତ

ଭଦ୍ରକ ଅଫିସ, ୭।୪: କରୋନାକୁ ହରାଇବାର ଏକମାତ୍ର ବିକଳ୍ପ ହେଉଛି ସଚେତନତା ଓ ସାମାଜିକ ଦୂରତ୍ୱ। ତେଣୁ ସମସ୍ତେ ଘରେ ରହି ଘାତକ ଭୂତାଣୁ ‘କୋଭିଡ୍‌-୧୯’ ସହ ଲଢ଼େଇ କରିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ଏପରି କି ପରିବା ଓ ଗ୍ରସେରି ଆଣିବାକୁ ଗଲେ ଚାଲି ଚାଲି ଯିବାକୁ କୁହାଯାଇଛି। ହେଲେ ଅମାନିଆ ଲୋକେ ସଚେତନ ନ ହୋଇ ବାହାରକୁ ବାହାରୁଛନ୍ତି। ପରିବା, ମେଡିସିନ ଆଦି ନାନା ବାହାନା ଦେଖାଇ ବାଇକ ଧରି ସହର ଘୂରିବୁଲୁଛନ୍ତି। ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରାଞ୍ଚଳ ପୋଲିସ ମଙ୍ଗଳବାର ସହରର ବିଭିନ୍ନ ମାର୍କେଟ ଅଞ୍ଚଳରୁ ୬୦ରୁ ଊର୍ଦ୍ଧ୍ୱ ବାଇକ୍‌ ଜବତ କରିଛି। ପ୍ରଶାସନିକ କଟକଣା ସତ୍ତ୍ୱେ ବାଇକ ଧାରୀମାନେ ବଜାରରେ ଅଯଥାରେ ଭିଡ଼ ଜମାଉଥିବା କାରଣରୁ ପୋଲିସ ଏହି ଗାଡ଼ିଗୁଡିକ ଜବତ କରିଥିବା ଜଣାପଡିଛି।

Share