ଲଣ୍ଡନ,୩୦ା୬(ପି.ଟି.):ବିଶିଷ୍ଟ ବ୍ରିଟେନ ଖବରଦାତା ସାର୍ ମାର୍କ ଟୁଲିଙ୍କୁ ବ୍ରିଟିଶ-ଭାରତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ‘ଜୀବନବ୍ୟାପୀ ସଫଳତା ପୁରସ୍କାର’ ମିଳିଛି। ଟୁଲି ବିବିସିର ପୂର୍ବତନ ବ୍ୟୁରୋ ଚିଫ୍ ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ଭାରତରେ ରହି ସେ ତାଙ୍କ କର୍ମ ସୁଚାରୁ ରୂପେ ସଂପାଦନ କରିଥିବା କହିଥିଲେ। ସେ ଭାରତ ପାଇଁ ଗର୍ବ ଅନୁଭବ କରିଥିବା କହିଛନ୍ତି। ଏହି ପୁରସ୍କାର ଆଶାଠୁ ଅଧିକ ବୋଲି ସେ ପ୍ରକାଶ କରିଛନ୍ତି। ପୂର୍ବରୁ ସେ ବ୍ରିଟେନ୍ରେ ରାଣୀ ଏଲିଜାବେଥ୍ଙ୍କ ଦ୍ୱାରା ନାଇଟ୍ ଉପାଧି ଏବଂ ଭାରତରେ ପଦ୍ମଭୂଷଣ ସମ୍ମାନ ପାଇଥିଲେ। ପ୍ରତିବର୍ଷ ବ୍ରିଟେନ୍-ଭାରତ ଆଓ୍ବାର୍ଡ ଦୁଇଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରୁଥିବା ବିଶିଷ୍ଟ ପ୍ରତିଭାଦୀପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଏ।