ମାର୍ଗାରେଟ, ବର୍ନାର୍ଡାଇନ୍‌ଙ୍କୁ ବୁକର୍‌ ପୁରସ୍କାର

ଲଣ୍ଡନ,୧୬ା୧୦: କାନାଡା ଲେଖିକା ମାର୍ଗାରେଟ ଅଟଉଡ୍‌ ଏବଂ ବ୍ରିଟିଶ୍‌ ଲେଖିକା ବର୍ନାର୍ଡାଇନ୍‌ ଏଭାରିଷ୍ଟୋ ଚଳିତ ବର୍ଷ ମିଳିତ ଭାବେ ବୁକର୍‌ ପୁରସ୍କାର ପାଇବେ। ପ୍ରଥମ ଥର ଲାଗି ବିଚାରକ ବୁକର୍‌ ପୁରସ୍କାର ନିୟମ ଭାଙ୍ଗି ଦୁଇଜଣଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରିଛନ୍ତି। ବ୍ରିଟିଶ ଭାରତୀୟ ଲେଖକ ସଲମାନ ରୁଶ୍‌ଡିଙ୍କ ନାଁ ୬ ଜଣିଆ ସଂକ୍ଷିପ୍ତ ତାଲିକାରେ ଥିଲେ ହେଁ ତାହା ଚୂଡାନ୍ତ ପର୍ଯ୍ୟାୟରେ ସ୍ଥାନ ପାଇପାରିନାହିଁ। ବୁକର୍‌ ପୁରସ୍କାର ଜିତିବାରେ ମାର୍ଗାରେଟ(୭୯) ସବୁଠୁ ବରିଷ୍ଠ ହୋଇଥିଲାବେଳେ ବର୍ନାର୍ଡାଇନ୍‌ ପ୍ରଥମ ଅଣଶ୍ୱେତାଙ୍ଗ ମହିଳା। ବୁକର୍‌ ନିୟମ ଅନୁଯାୟୀ ଏହି ପୁରସ୍କାରକୁ ଭାଗ କରାଯାଇ ନ ଥାଏ। ତେବେ ଉଭୟ ଲେଖିକାଙ୍କ ପୁସ୍ତକ ମଧ୍ୟରୁ କାହାକୁ ବାଦ୍‌ ଦିଆଯାଇ ପାରିବ ନାହିଁ ବୋଲି ବିଚାରକ କହିବା ପରେ ପ୍ରଥମ ଥର ଲାଗି ନିୟମ ଭାଙ୍ଗି ଉଭୟ ମହିଳାଙ୍କୁ ମନୋନୀତ କରାଯାଇଛି।

Share