Advertisement

ମାର୍ଚ୍ଚରେ ଅବସର ନେବାକୁ ଥିବା ଡାକ୍ତର, ନର୍ସ ଆଉ ୨ ମାସ ଯୋଗାଇବେ ସେବା

ଚେନ୍ନାଇ,୩୧।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ସବୁ ରାଜ୍ୟରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିକ୍ରମରେ ତାମିଲନାଡୁରେ ମାର୍ଚ୍ଚ ୩୧, ୨୦୨୦ରେ ଯେଉଁ ଡାକ୍ତର ଓ ନର୍ସମାନେ ଅବସର ନେବାର ଥିଲା ସେମାନେ ଚୁକ୍ତି ଭିତ୍ତିରେ ଆଉ ୨ମାସ ସେବା ଯୋଗାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପଲାନିସ୍ବାମୀ। ସୂଚନାଯୋଗ୍ୟ, ତାମିଲନାଡୁରେ ମଙ୍ଗଳବାର ସକାଳ ସୁଦ୍ଧା ୭୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share