Categories: ବାଣିଜ୍ୟ

ମାର୍ଚ୍ଚରେ ମିଳିଛି ୮.୧୪ ଲକ୍ଷ ନୂଆ ଚାକିରି: ଇପିଏଫ୍‌ଓ

ନୂଆଦିଲ୍ଲୀ,୨୨-୫: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ସଂଗଠିତ ଏବଂ ଅଣସଙ୍ଗଠିତ କ୍ଷେତ୍ରରେ ଚଳିତ ବର୍ଷ ମାର୍ଚ୍ଚରେ ୮.୧୪ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଫେବୃୟାରୀରେ ଏହା ୭.୮୮ ଲକ୍ଷ ଥିଲା। ବର୍ଷ ୨୦୧୮-୧୯ରେ ମୋଟ ୬୭.୫୯ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି ଇପିଏଫଓ କହିଛି। ଇପିଏଫ୍‌ଓରେ କର୍ମଚାରୀଙ୍କ ଅଂଶଦାନକୁ ବିଶ୍ଲେଷଣ ଆଧାରରେ ଉକ୍ତ ସଂଖ୍ୟା ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତବର୍ଷ ଏପ୍ରିଲରୁ ଇପିଏଫ୍‌ଓ ନୂଆ ନିଯୁକ୍ତି ସଂଖ୍ୟା ଜାରି କରି ଆସୁଛି। ପରିସଂଖ୍ୟାନ ଅନୁଯାୟୀ ସେପ୍ଟେମ୍ବର ୨୦୧୭ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ଇପିଏଫ୍‌ଓ ସହ ମୋଟ ୧୫.୫୨ ଲକ୍ଷ ନୂଆ ସଦସ୍ୟ ଯୋଡିଛନ୍ତି। ମାର୍ଚ୍ଚରେ ୨୨ରୁ ୨୫ ବର୍ଷର ବୟସର ଯୁବବର୍ଗଙ୍କୁ ସର୍ବାଧିକ ୨.୨୫ ଲକ୍ଷ ନିଯୁକ୍ତି ମିଳିଛି।

Share