Categories: ବାଣିଜ୍ୟ

ମାର୍ଚ୍ଚରେ ୮ ଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୯।୨: ଆସନ୍ତା ମାର୍ଚ୍ଚ ମାସରେ ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ। ମାର୍ଚ୍ଚ ୮ରୁ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ରବିବାର ପଡ଼ୁଥିବା ବେଳେ ୯ ଓ ୧୦ ଦୋଳପୂର୍ଣ୍ଣିମା, ହୋଲି ପାଇଁ ଛୁଟି ରହିବ। ସେହିଭଳି ୧୧ରୁ ବ୍ୟାଙ୍କ କର୍ମଚାରୀମାନେ ତିନିଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ଏହାପରେ ୧୪ ତାରିଖ ଦ୍ୱିତୀୟ ଶନିବାର ଏବଂ ୧୫ ପୁଣି ରବିବାର ପଡ଼ୁଛି। ଏଣୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେହିଭଳି ବ୍ୟାଙ୍କ କାମ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଧର୍ମଘଟ ନେଇ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଯଦି ସେମାନଙ୍କର ଦାବି ପୂରଣ ହୋଇଯିବ, ତେବେ ଧର୍ମଘଟରୁ ବ୍ୟାଙ୍କ ଓହରି ଯାଇପାରେ ବୋଲି କୁହାଯାଉଛି।

Share