ଦାରିଙ୍ଗବାଡ଼ି,୨୯।୨(ଡି.ଏନ୍.ଏ.): ମାର୍ଚ୍ଚ ପହିଲା ଅର୍ଥାତ୍ ରବିବାରଠାରୁ ସରକାର କଡ଼ାକଡ଼ି ଭାବେ ମୋଟରଯାନ ଆଇନ ପାଳନ କରୁଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଶନିବାର ଦାରିଙ୍ଗବାଡ଼ି ଥାନା ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦ୍ରୁତଗତିରେ ଗାଡ଼ି ଚାଳନା ବନ୍ଦ କରିବା ସହ ଆବଶ୍ୟକଠାରୁ ଅଧିକ ପରିବହନ, ଗାଡ଼ି କାଗଜପତ୍ର ନ ଥାଇ ଗାଡ଼ି ଚାଳନା ଦଣ୍ଡନୀୟ ଅପରାଧ। ଏଥିପାଇଁ ଗାଡ଼ିମାଲିକମାନଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ସେହିପରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରଣ କରାଯିବ ବୋଲି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ, ସବଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଞ୍ଜନ ଜେନା ପ୍ରମୁଖ ସଚେତନ କରାଇଥିଲେ।
Posted inଆମ ଜିଲା ଖବର, କନ୍ଧମାଳ