Categories: ବାଣିଜ୍ୟ

ମାର୍ଚ୍ଚ ସୁଦ୍ଧା ଏଜିଆର୍‌ ଦେୟର ୧୦% ଦେବେ କମ୍ପାନୀ

ମୁମ୍ବାଇ: ଦେଶର ଟେଲିକମ କମ୍ପାନୀଗୁଡିକ ସେମାନଙ୍କ ଉପରେ ବକେୟା ରହିଥିବା ମୋଟ ଆଡଜଷ୍ଟମେଣ୍ଟ ଗ୍ରସ ରେଭେନ୍ୟୁ(ଏଜିଆର୍‌) ଦେୟର ୧୦% ମାର୍ଚ୍ଚ ସୁଦ୍ଧା ପ୍ରଦାନ କରିବେ। ଏହି କମ୍ପାନୀଗୁଡିକ ମଧ୍ୟରେ ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିଆ ଭଳି କମ୍ପାନୀ ରହିଛନ୍ତି। କମ୍ପାନୀଗୁଡିକ ସୁପ୍ରିମକୋର୍ଟ କିସ୍ତି ଆକାରରେ ଆଗାମୀ ଦିନରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମୋଟ ଦେୟ ମଧ୍ୟରୁ ପ୍ରାୟ ୧୦% ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେବାକୁ କୁହାଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକ ମାର୍ଚ୍ଚ ୩୧ ସୁଦ୍ଧା ସରକାରଙ୍କୁ ପ୍ରାୟ ୧୨,୯୨୧ କୋଟି ଟଙ୍କା ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଏହା ମଧ୍ୟରୁ ପ୍ରାୟ ୮୦% ଅଂଶ ଭୋଡାଫୋନ ଆଇଡିଆଇ ଏବଂ ଏୟାରଟେଲ ପ୍ରଦାନ କରିବେ। ସୁପ୍ରିମକୋର୍ଟ ଏ ନେଇ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିବା ଅଧିକାରୀ କହିଛନ୍ତି।

Share