ମାର୍ଚ୍ଚ ୧ରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ମିଳିବନି ୨୦୦୦ ଟଙ୍କିଆ ନୋଟ: ବଢ଼ିବ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୧ଠାରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ଆଉ ୨୦୦୦ଟଙ୍କିଆ ନୋଟ ମିଳିବନି। ତେବେ ବ୍ୟାଙ୍କର ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ଏନେଇ ବ୍ୟାଙ୍କ ଫେବୃୟାରୀ ୧୭ରେ ସର୍କୁଲାର ଜାରି କରିଥିଲା। ନିଷ୍ପତ୍ତି ଅନୁସାରେ ବ୍ୟାଙ୍କର ବିଭିନ୍ନ ଏଟିଏମ୍‌ରେ ୨ ଶହ ଟକିଆ ନୋଟ ପରିମାଣ ବୃଦ୍ଧି କରାଯିବ। ଗ୍ରାହକଙ୍କ ସୁବିଧା ଲାଗି କେବଳ ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ମାର୍ଚ୍ଚ ୧ ଠାରୁ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିବ। ଏନେଇ ଫେବୃୟାରୀ ୧୨ରେ ସୂଚନା ଦିଆଯାଇଥିଲା। ଏନେଇ ଆଇଓସି ପକ୍ଷରୁ ରିପୋର୍ଟ ଜାରି ହୋଇଥିଲା। ଏହା ଅନୁସାରେ ଅଣ-ସବସିଡ୍‌ ସିଲିଣ୍ଡର ଦାମରେ ୧୪୯ ଟଙ୍କା ବୃଦ୍ଧି ହେବ। ଦିଲ୍ଲୀରେ ଏବେ ୧୪ କିଗ୍ରା ଏହି ସିଲିଣ୍ଡର ଦାମରେ ୧୪୪ଟଙ୍କା ୫୦ ପଇସା ବୃଦ୍ଧି ହୋଇ ଏହାର ନୂଆ ଦାମ ୮୫୮ଟଙ୍କା ୫୦ ପଇସା ହେବ। କୋଲକତା ଏବଂ ମୁମ୍ବାଇରେ ଅଣ-ସବସିଡ୍‌ ସିଲିଣ୍ଡର ଦାମ ଯଥାକ୍ରମେ ୧୪୯ ଟଙ୍କା ଏବଂ ୧୪୫ ଟଙ୍କା ବଢ଼ିଥିଲା। ଫଳରେ ସିଲିଣ୍ଡରର ନୂଆ ଦାମ କୋଲକତା ଏବଂ ମୁମ୍ବାଇରେ ଯଥାକ୍ରମେ ୮୯୬ ଟଙ୍କା ଓ ୮୨୯ଟଙ୍କା ୫୦ ପଇସା ହେବ। ସେହିପରି ଚେନ୍ନାଇରେ ଅଣ-ସବସିଡ୍‌ ସିଲିଣ୍ଡର ଦାମ ୧୪୭ ଟଙ୍କା ବୃଦ୍ଧି ପାଇ ମାର୍ଚ୍ଚ ୧ଠାରୁ ଏହା ୮୮୧ ଟଙ୍କାରେ ହେବ। ସେହିପରି ମାର୍ଚ୍ଚ ୧ଠାରୁ ଲଟେରୀରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ।

Share