ଢେଙ୍କାନାଳ ଅଫିସ,୨୯।୨: ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସ ସମୟ ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ। ତେବେ ଏହି ସମୟସୀମା ପୂରିବା ପୂର୍ବରୁ ଶନିବାର ଢେଙ୍କାନାଳ ସହରର ବସ୍ଷ୍ଟାଣ୍ଡ ଟ୍ରାଫିକ ଛକଠାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୋଟର ଯାନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି। ସେ ସମସ୍ତଙ୍କୁ ଗୋଲାପ ଫୁଲ ଦେଇ ଏହି ନିୟମ ମାନିବାକୁ କହିଛନ୍ତି। ଏହି ସମୟରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।