ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଯାଞ୍ଚ

ଭୁବନେଶ୍ୱର ,୨୭।୨(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସର ସମୟ ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ୭୦ ପ୍ରତିଶତ ପୋଲିସ କର୍ମଚାରୀ ଗାଡି ମୋଟର ଯାଞ୍ଚ କରିବେ। ନୂଆ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଅଧିକାଂଶ ଲୋକ କାଗଜପତ୍ର ଠିକ କରିସାରିଲେଣି। ଆଉ ଭିଡ଼ ନାହିଁ ବୋଲି ମନ୍ତ୍ରୀ ବେହେରା କହିଛନ୍ତି।

Share