ପୁରୀ ଅଫିସ,୧୧।୨: ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଆନୁକୂଲ୍ୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀର ଆଦ୍ୟ ଦୁନ୍ଦୁଭି ଦ୍ବିତୀୟ ସ୍ମାରକୀ ଯାତ୍ରା ପ୍ରସ୍ତୁତି ବୈଠକ ମଙ୍ଗଳବାର ଭକ୍ତ ସାଲବେଗ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ଦିବାକର ମହାନ୍ତିଙ୍କ ସଭାପତିତ୍ୱରେ ଭାଷାବିଦ୍ କୈଳାଶ ଟିକାୟତରାୟ, ବରିଷ୍ଠ ସମାଜସେବୀ ପ୍ରତିମା ମିଶ୍ର, ଉମାବଲ୍ଲବ ମହାପାତ୍ର, ଚକ୍ରଧର ମହାପାତ୍ର
ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ । ମାର୍ଚ୍ଚ ୧୧ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଦିନ ପୂର୍ବାହ୍ନ ୯ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଳନ କରାଯିବ। ଏହି ବୈଠକରେ ଅବିଭକ୍ତ ପୁରୀ ଜିଲାର ପାଇକ ଆଖଡ଼ା ସଦସ୍ୟ ଯୋଗଦାନ କରିଥିଲେ।