ମାର୍ଚ୍ଚ ୧୩ରୁ ଖର୍ଚ୍ଚଦାବି ଆଲୋଚନା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟ ଉପସ୍ଥାପନ କରାଯାଇଛି। ଆସନ୍ତା ମାର୍ଚ୍ଚ ୧୩ରୁ ବିଭାଗୱାରୀ ଖର୍ଚ୍ଚଦାବି ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଏହି କ୍ରମରେ ମାର୍ଚ୍ଚ ୧୨ରେ ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି), ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ସମ୍ପର୍କରେ ଆଲୋଚନା ହେବ। ୧୩ରେ ଜଳସମ୍ପଦ, ୧୪ରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ୧୭ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଅବକାରୀ, ୧୮ରେ କୃଷି, ଯୋଜନା ଓ ସଂଯୋଜନା ଏବଂ ପର୍ଯ୍ୟଟନ, ୧୯ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ୨୦ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବ। ସେହିଭଳି ୨୩ରେ ଶକ୍ତି, ୨୪ରେ ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ୨୫ରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ୨୬ରେ ଇସ୍ପାତ ଓ ଖଣି, ୨୭ରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ଏବଂ ୩୦ରେ ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ।

Share