Categories: ଖେଳ

ମାର୍ଚ୍ଚ ୧୪ରେ ଆଇଏସ୍‌ଏଲ ଫାଇନାଲ

ମୁମ୍ବାଇ, ୨୮ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୪ରେ ଖେଳାଯିବ। ଫ୍ରାଞ୍ଚାଇଜ୍‌ ଭିତ୍ତିକ ଇଭେଣ୍ଟର ଆୟୋଜକ ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ସେମିଫାଇନାଲର ପ୍ରଥମ ସେଟ୍‌ ଫେବୃୟାରୀ ୨୯ ଏବଂ ମାର୍ଚ୍ଚ ୧ରେ ଖେଳାଯିବ। ରିଟର୍ନ ଲେଗ୍‌ ମାର୍ଚ୍ଚ ୭ ଓ ୮ରେ ଖେଳାଯିବ। ହେଲେ ଫାଇନାଲ ମ୍ୟାଚ ପାଇଁ ଏପର୍ଯ୍ୟନ୍ତ ଭେନ୍ୟୁ ସ୍ଥିର ହୋଇ ନାହିଁ। ଫେବୃୟାରୀ ୨୫ରେ ୯୦ତମ ମ୍ୟାଚ ଶେଷ ହେବା ପରେ ଏହି ସିଜନର ଲିଗ୍‌ ପର୍ଯ୍ୟାୟ ବିଜେତା ସ୍ପଷ୍ଟ ହେବ। ଲିଗ୍‌ ଟେବୁଲରେ ବର୍ତ୍ତମାନ ଏଟିକେ ଏଫ୍‌ସି (୨୭ ପଏଣ୍ଟ), ଏଫ୍‌ସି ଗୋଆ (୨୭ ପଏଣ୍ଟ) ଏବଂ ବେଙ୍ଗାଲୁରୁ ଏଫ୍‌ସି ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ଲିଗ୍‌ର ବିଜେତା ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ୨୦୨୧ ଗ୍ରୁପ୍‌ ଷ୍ଟେଜ୍‌ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବ।

Share