Categories: ଜାତୀୟ

ମାର୍ଚ୍ଚ ୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଲନାଥଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୋପାଳ,୧୬।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ହାଇଡ୍ରାମା ଉପରେ ରହଛି ସମସ୍ତଙ୍କର ନଜର। ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବା ବେଳେ କରୋନା ଭାଇରସ ପାଇଁ ମଧ୍ୟପ୍ରଦେଶ ବିଧାନସଭା ଆସନ୍ତା ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଏହାକୁ ଦେଖି ଆଲୋଚନା ହେଲା କି କରୋନା କମଲନାଥ ସରକାରଙ୍କୁ ବଞ୍ଚାଇ ଦେଲା। ହେଲେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ସୋମବାର ଏକ ଚିଠିଲେଖି ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଜଣାଇଛନ୍ତି ମାର୍ଚ୍ଚ ୧୭ ଅର୍ଥାତ୍‌ ମଙ୍ଗଳବାର ସେ ବହୁମତ ସାବ୍ୟସ୍ତ କରିବେ। ଯଦି ଏହା ନ ହୁଏ ତେବେ ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ ବୋଲି ଧରି ନିଆଯିବ। ରାଜ୍ୟପାଳଙ୍କ ଏହି ଚିଠି ପରେ ଏବେ ମଧ୍ୟପ୍ରଦେଶ ରାଜନୀତି ପୁଣି ହୋଇଛି ସରଗରମ।

Share