Categories: ଜାତୀୟ

ମାର୍ଚ୍ଚ ୨ରେ ହେବ ନିର୍ଭୟା ଦୋଷୀ ପବନଙ୍କ କ୍ୟୁରେଟିଭ୍‌ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୯।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ କୁମାରଙ୍କ କ୍ୟୁରେଟିଭ୍‌ ପିଟିଶନ୍‌ର ଶୁଣାଣି ମାର୍ଚ୍ଚ ୨ରେ କରାଯିବ। ୫ଜଣିଆ ଖଣ୍ଡପୀଠ ବନ୍ଦ କୋଠରୀରେ ଏହି ଆବେଦନର ବିଚାର କରିବେ। ଏନେଇ ସୁପ୍ରିମକୋର୍ଟ ଶନିବାର ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ପବନ ସୁପ୍ରମିକୋର୍ଟରେ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରିଥିଲେ। ତାଙ୍କର ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଉ ବୋଲି ସେ ଏହି ଆବେଦନରେ ଉଲ୍ଲେଖ କରିଥିଲେ। ତେବେ ପବନଙ୍କ ବ୍ୟତୀତ ଅନ୍ୟ ୩ ଜଣ ଦୋଷୀ ଅକ୍ଷୟ, ବିନୟ ଓ ମୁକେଶଙ୍କର ରାଜକ୍ଷମା ଆବେଦନ ମଧ୍ୟ ଶେଷ ହୋଇଛି। ତଳ କୋର୍ଟ ନିର୍ଭୟା ୪ ଦୋଷୀଙ୍କ ବିରୋଧରେ ତୃତୀୟ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share