ମାର୍ଚ୍ଚ ୨୬ରେ ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ନିର୍ବାଚନ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟ ସଭାର ୫୫ ଆସନ ଆସନ୍ତା ଏପ୍ରିଲରେ ଖାଲି ହେବାକୁ ଯାଉଛି। ଏହି ସବୁ ଆସନ ୧୭ଟି ରାଜ୍ୟର ହୋଇଥିବାବେଳେ ଏଥିରୁ ଓଡ଼ିଶାର ୪ଟି ରହିଛି। ଏହି ୫୫ ଆସନରେ ଆସନ୍ତା ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ବୋଲି ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏପ୍ରିଲ ୨ରେ କାର୍ଯ୍ୟକାଳ ଶେଷ ହେଉଥିବା ଓଡ଼ିଶାର ୪ଜଣ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରେ ରଞ୍ଜୀବ ବିଶ୍ୱାଳ, ନରେନ୍ଦ୍ର କୁମାର ସ୍ବାଇଁ ଏବଂ ସରୋଜିନୀ ହେମ୍ବ୍ରମ ରହିଛନ୍ତି। ସେହିପରି ଗତ ଲୋକ ସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଏମ୍‌ପି ଭାବେ ଅନୁଭବ ମହାନ୍ତି ବିଜୟୀ ହେବାପରେ ତାଙ୍କ ରାଜ୍ୟ ସଭା ଆସନ ଖାଲି ପଡ଼ିଛି। ପୂର୍ବରୁ ସେ ଇସ୍ତଫା ଦେଇସାରିଥିଲେ ମଧ୍ୟ ସେହି ଆସନରେ କେହି ରାଜ୍ୟ ସଭା ଯାଇନାହାନ୍ତି।
ଇସିଆଇଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟ ସଭା ନିର୍ବାଚନ ଲାଗି ମାର୍ଚ୍ଚ ୬ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୩ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିବସ। ମାର୍ଚ୍ଚ ୧୬ରେ ନାମାଙ୍କନ ଯାଞ୍ଚ ଓ ୧୮ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ହୋଇଛି। ମାର୍ଚ୍ଚ ୨୬ରେ ସମସ୍ତ ୫୫ ଆସନ ପାଇଁ ଭୋଟଗ୍ରହଣ ହେବ। ଉକ୍ତ ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଏବଂ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯିବ। ୩୦ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଇସିଆଇଙ୍କ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ରାଜ୍ୟର ୪ ଆସନ କିଏ, କିଏ ହାତେଇବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ସମସ୍ତ ଆସନ ବିଜେଡି ହାତକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସଂଖ୍ୟାଦୃଷ୍ଟିରୁ ଦେଖିଲେ ଏଥିରୁ ୩ଟି ଆସନକୁ ବିଜେଡି ଅତି ସହଜରେ ହାତେଇପାରିବ। ଏହାସହ ଯେଉଁ ଗୋଟିଏ ଆସନକୁ ନେଇ ସନ୍ଦେହ ରହିଛି, ତାହା ମଧ୍ୟ ବିଜେଡି ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ବିଧାନସଭାରେ ଭାଜପାର ୨୩ ସଦସ୍ୟ ରହିଛନ୍ତି। ସଂଖ୍ୟାଦୃଷ୍ଟିରୁ ଭାଜପା ଦୁର୍ବଳ ଥିବାବେଳେ ଗୋଟିଏ ଆସନରେ ପ୍ରାର୍ଥୀ ଦେବ ବୋଲି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। କଂଗ୍ରେସର ମାତ୍ର ୯ଜଣ ସଦସ୍ୟ ବିଧାନସଭାରେ ଥିବାରୁ ଦଳ ନିର୍ବାଚନରୁ ଦୂରେଇ ରହିବ ବୋଲି ଚର୍ଚ୍ଚା ହେଉଛି। ଯଦି ବାମଦଳ ନେତାଙ୍କ ସମର୍ଥନ ରହେ ତେବେ କଂଗ୍ରେସ ପ୍ରାର୍ଥୀ ଦେଇପାରିବ, ଏନେଇ ଦଳର ଉଚ୍ଚପଦସ୍ଥ ନେତା ନିଷ୍ପତ୍ତି ନେବେ ବୋଲି ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଆଭିମୁଖ୍ୟ ବିଜେଡି ସପକ୍ଷରେ ଥିବା ଚର୍ଚ୍ଚା ହେଉଛି। ମକରନ୍ଦ ନିଜ ଆଭିମୁଖ୍ୟ ପୂର୍ବରୁ ସରକାରଙ୍କ ସପକ୍ଷରେ ବୋଲି କହିସାରିଛନ୍ତି। ବିଗତ ନିର୍ବାଚନଗୁଡ଼ିକରେ ଶାସକ ଦଳ ପ୍ରାର୍ଥୀ ଚୟନରେ ଚକ୍‌ମା ଦେଇ ଆସିଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ଟିକେଟ ଦେବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହରରାଓଙ୍କ ଘରେ ଏହି...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri