Categories: ଖେଳ

ମାର୍ଚ୍ଚ ୨୯ରୁ ଆଇପିଏଲ-୧୩

ମୁମ୍ବାଇ,୩୧।୧୨- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ସଂସ୍କରଣ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସିଜନର ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳିବ। ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ଜଣେ ଅଫିସିଆଲ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଯଦି ତାଙ୍କ ମତାମତକୁ ସତ ବୋଲି ଗ୍ରହଣ କରାଯାଏ, ତେବେ କିଛି ଫ୍ରାଞ୍ଚାଇଜଙ୍କୁ ପ୍ରାରମ୍ଭିକ ମ୍ୟାଚ୍‌ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳର ଖେଳାଳିଙ୍କ ବିନା ଖେଳିବାକୁ ପଡ଼ିପାରେ। ଏହାର କାରଣ ହେଉଛି ସେତେବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜ୍‌ ଖେଳାଯିବାର ଅଛି। ସେହିଭଳି ଶ୍ରୀଲଙ୍କା ଓ ଇଂଲଣ୍ଡ ସିରିଜ୍‌ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଦୁଇ ସିରିଜ୍‌ ୩୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଏଥିପୂର୍ବରୁ ଅନ୍ୟ ଏକ ଫ୍ରାଞ୍ଚାଇଜର ଜଣେ ସିନିୟର ଅଫିସିଆଲ କହିଥିଲେ ଆଇପିଏଲ ଗଭର୍ନିଂ କାଉନ୍ସିଲ ପୁରୁଣା ଡବଲ ହେଡର(ଗୋଟିଏ ଦିନରେ ଦୁଇ ମ୍ୟାଚ୍‌) ଭିତ୍ତିରେ ଖେଳିବାକୁ ଯୋଜନା କରୁଛି। ଏହା ଦ୍ୱାରା ଭ୍ୟୁୟର୍ସ ସଂଖ୍ୟା ଅଧିକ ଆସିବ। କିଛି ଅନ୍ତର୍ଜାତୀୟ ସିରିଜ୍‌ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବା ପରେ ଏପ୍ରିଲ ୧ତାରିଖରୁ ଆଇପିଏଲ ଆରମ୍ଭ ହେବ।

Share