ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଚଳିତବର୍ଷର ଯୁକ୍ତ ୨ ପରୀକ୍ଷା ଲାଗି ଶୁକ୍ରବାର ତାରିଖ ଘୋଷଣା କରାଯାଇଛି। ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୮ଯାଏ ଚାଲିବ। ସେହିଭଳି ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ, କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ। ଜାନୁୟାରୀ ୨୭ରୁ ଫେବୃୟାରୀ ୫ ଯାଏ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ମୋଟ ୩ଲକ୍ଷ ୪୯ହଜାର ୧୫୪ଜଣ ପିଲା ପରୀକ୍ଷା ଦେବେ ବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Share