ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା: ଫୋନ ବ୍ୟବହାର ଉପରେ ରୋକ, ସବୁ ପରୀକ୍ଷାକେନ୍ଦ୍ରରେ ସିସିଟିଭି

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷା ଅବ୍ୟବହିତ ପୂର୍ବରୁ ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କରାଯାଇଥିବା ପ୍ରସ୍ତୁତି ନେଇ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଶେଷକରି ପ୍ରଶ୍ନପତ୍ରର ସୁରକ୍ଷା, ବିତରଣ ଏବଂ ଭାଇରାଲ ହେବାରୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ। ସେହିଭଳି ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଫୋନ ବ୍ୟବହାର ଉପରେ ରୋକ ଲଗାଯାଇଛି। ରେଜିଷ୍ଟର କରାଯାଇ ଫୋନ ରଖାଯିବ। କୌଣସି ପରିସ୍ଥିତିରେ କେହି ପରୀକ୍ଷା କେନ୍ଦ୍ରକୁ ଫୋନ ନେଇ ଯାଇପାରିବ ନାହିଁ ବୋଲି କୁହାଯାଇଛି। ସେହିଭଳି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ସମୟରେ କଳା ବଲ୍‌ ପେନ୍‌ ବ୍ୟବହାର କରିବେ। ଉତ୍ତରଖାତାରୁ କାଗଜ ଚିରିବେ ନାହିଁ। ଏଥିସହ ଶୌଚାଳୟକୁ ଗଲେ ପ୍ରଶ୍ନ ନେଇ ଯାଇପାରିବେ ନାହିଁ ବୋଲି କୁହାଯାଇଛି।

Share