ମାର୍ଚ୍ଚ ୩୧ ପରେ ବନ୍ଦ ହେବ ବିଏସ୍‌-୪ ଯାନ ବିକ୍ରି

କଟକ ଅଫିସ୍‌,୧୪।୨: ଭାରତ ଷ୍ଟେଜ୍‌(ବିଏସ୍‌) ୪ ଯାନଗୁଡ଼ିକ ଆସନ୍ତା ମାର୍ଚ୍ଚ ୩୧ ପରଠୁ ବିକ୍ରି କିମ୍ବା ପଞ୍ଜୀକରଣ ହୋଇପାରିବ ନାହିଁ। ଗୁରୁବାର ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ପକ୍ଷରୁ ଏନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଯେଉଁ ଯାନଗୁଡ଼ିକ ଏପ୍ରିଲ୍‌ ପହିଲା ପୂର୍ବରୁ ବିକ୍ରି କରାଯାଇଥିବ, ସେଗୁଡ଼ିକ ଜୁନ୍‌ ୩୦ ପରେ ଆଉ ପଞ୍ଜୀକରଣ ହୋଇପାରିବ ନାହିଁ। ୨୦୧୮ ଅକ୍ଟୋବର ୨୪ରେ ସୁପ୍ରିମକୋର୍ଟ ଏନେଇ ରାୟ ଦେଇଥିଲେ। ଉକ୍ତ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ସମସ୍ତ ଆର୍‌ଟିଓଙ୍କୁ ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ନିଜ ଅଧୀନରେ ଥିବା ସବୁ ଯାନ ବିକ୍ରେତାଙ୍କୁ ଏସଂପର୍କରେ ଅବଗତ କରିବାକୁ ଏସ୍‌ଟିଏ ତରଫରୁ କୁହାଯାଇଛି। କମ୍‌ ପ୍ରଦୂଷଣ ଯୁକ୍ତ ଷ୍ଟେଜ୍‌-୬ ଯାନବାହନ ବଜାରକୁ ପ୍ରବେଶ କରିସାରିଛି। ଏଣୁ ଷ୍ଟେଜ୍‌-୪ ବିକ୍ରିକୁ ବନ୍ଦ କରିବା ଦିଗରେ ସରକାର ଉପରୋକ୍ତ ପଦକ୍ଷେପ ନେଇଛନ୍ତି।

Share