ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀରେ ମେଟ୍ରୋ ଟ୍ରେନ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ସହ ଲଢିବାକୁ ଏବେ ସମସ୍ତେ ପ୍ରସ୍ତୁତ। ଏହାର ଭୟାବହତା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ମହାମାରୀ କରୋନା ଦାଉରୁ ରକ୍ଷା ପାଇବାକୁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଲୋକେ ମଧ୍ୟ ବେଶ୍‌ ସଚେତନ ହୋଇଯାଇଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେଜରିଓ୍ବାଲ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ରବିବାର ଦେଶରେ ‘ଜନତା କର୍ଫ୍ୟୁ’ ଚାଲିଥିବା ବେଳେ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ମେଟ୍ରୋ ଟ୍ରେନ୍‌ ସେବା ବନ୍ଦ ରହିବ। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୫ ହୋଇଛି।

Share