ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଇଣ୍ଡିଆନ୍‌ ରେଲଓ୍ବେ ବଡ ପଦକ୍ଷେପ ନେଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ଯେଉଁ ଟ୍ରେନ୍‌ ଗୁଡିକର ଯାତ୍ରା ଶେଷ ହୋଇଛି ସେଗୁଡିକୁ ଅଟକାଇ ରଖାଯାଇଛି। ଏବେସୁଦ୍ଧା କିଛି ମାଲଗାଡ଼ି ଯାତ୍ରା କରୁଥିବାରୁ ଯାତ୍ରା ଶେଷ ହେବା ପରେ ସେକୁଡିକୁ ଅଟକାଇ ଦିଆଯିବ ବୋଲି ସୂଚନା ରହିଛି। ଗୋଟିଏ ଦିନ ପୂର୍ବରୁ କେତେଜଣ ଟ୍ରେନ୍‌ ଯାତ୍ରୀଙ୍କ ନିକଟରେ କରୋନା ପଜିଟିଭ ଦେଖାଦେବାରୁ ରେଲଓ୍ବେ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ସାରା ଭାରତରେ ସମସ୍ତ ପାସେଞ୍ଜର ଟ୍ରେନ୍‌ ଏକାସହ ବନ୍ଦ ହେବା ଇତିହାସ ପ୍ରଥମ ଘଟଣା ବୋଲି କୁହାଯାଉଛି।

Share