Categories: ରାଜ୍ୟ

ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣାଯିବ:ମନ୍ତ୍ରୀ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଣ୍ଡିରେ ମଧ୍ୟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏହି କ୍ରମରେ ଚାଷୀମାନେ ରାସ୍ତାକୁ ଓହ୍ଲାଉଥିବା ଦେଖାଯାଉଛି। ରବିବାର ଧାନ କିଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣାଯିବ। ଗତ ବର୍ଷଠାରୁ ଚଳିତ ବର୍ଷ ଅଧିକ ଧାନ ସଂଗ୍ରହ ହୋଇଛି। ଗତ ବର୍ଷ ୧୦ ଳକ୍ଷ, ଚଳିତ ବର୍ଷ ୧୨ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଧାନକିଣା ପ୍ରାପ୍ୟ ବାବଦ ଚାଷୀଙ୍କୁ ୫ ହଜାର କୋଟିରୁ ଊର୍ଦ୍ଧ୍ୱ ଦିଆସରିଛି। ଟୋକନ ବ୍ୟବସ୍ଥା ଚାଷୀଙ୍କ ସୁବିଧା ପାଇଁ ସରକାରଙ୍କ ଏକ ଅଭିନବ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।

Share