ମାର୍ଥାପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ଢେଙ୍କାନାଳ ଅଫିସ, ୯।୬ – ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଡାଳସିଙ୍ଗା ମାର୍ଥାପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୁରସ୍କାର ସ୍ବରୂପ ୧୦ହଜାର ଟଙ୍କାର ଚେକ୍‌ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଇକୋ କ୍ଲବ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷକ କୀର୍ତ୍ତିରଞ୍ଜନ ବରାଳ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଏଥିପାଇଁ ପ୍ରଧାନ ଶିକ୍ଷକ ଶରତ ଗଡ଼ନାୟକ ସମସ୍ତ କର୍ମଚାରୀ ଏବଂ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।