ମା’ର ପରେ ବାପ୍‌ ଆରପାରେ: ଛେଉଁଡ ନାତିନାତେନ୍‌ ଚିନ୍‌ତାରେ ଅଜାଆଈ

ଲୋଇସିଂହା, ୩୦।୧୦(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସେମେଲମୁଣ୍ଡା ଗଁାରେ ଗୁଟେ ଦୁଖର ଘଟନା ଦେଖ୍‌ବାକେ ମିଲିଛେ। ଆଏଜ୍‌କେ ୫ ବଛର ତଲେ ଗଁାର ଝନେ ମହିଲାକଁର ମୁର୍‌ତୁ ହେଇଥିଲା। ସେନ୍‌ତା ଗଲା ଦିଆଲି ଦିନ ତାକର ଆପ୍‌ନେକଁର ସଡ଼କ ଦୁରଘଟନାରେ ମୁର୍‌ତୁ ହେଇଛେ। ଏନ୍‌ତାଥି ତାକର ଦୁଇ ଝି’ପୁଓ ଅସାହା ହେଇଯାଇଛନ୍‌। ଟଁକା ପଏସା ଅଭାବୁ ଝି’ କିର୍ତ୍ତିର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ିଥିଲାବେଲେ ପୁଓ ଶିବାନନ୍ଦର ଭବିଷତ୍‌ ଅଁଧାରକେ ଠେଲି ହେଇଯାଇଛେ।
ସୂଚ୍‌ନା ଅନ୍‌ସାରେ ଲୋଇସିଂହା ବ୍ଲକ ହୀରାପୁର ପଁଚେତ୍‌ ସେମେଲମୁଣ୍ଡା ଗଁାର କାଳିଆ ଭୋଇ(୮୦)କଁର ୬ ପୁଓ। ତାକର ତୁରତୀଅ ପୁଓ ବିଦେଶୀ ଭୋଇ। ସେ ସିକାବହଙ୍ଗା ଗଁାର ଲବଙ୍ଗକଁୁ ବିହା ହେଇଥିଲେ। ତାକର ଗୁଟେ ଝି’ କିର୍ତ୍ତି ଆର ପୁଓ ଶିବାନନ୍ଦକୁଁ ନେଇ ସଁସାର। ଆଏଜ୍‌କେ ୫ ବଛର ତଲେ ଲବଙ୍ଗକଁର ମୁର୍‌ତୁ ହେଇଥିଲା। ଏନ୍‌ତାଥି ବିଦେଶୀ ଝି’ପୁଓକେ ଶଶୁର ଘରେ ଛାଡ଼ି ଦେଇଥିଲେ। ଦୁଇ ଛୁଆ ସେଠାନେ ବଛରକେତେ ରହିଲା ଉତାରୁ ବିଦେଶୀକଁର ଭାଇ ଜଗନ୍ନାଥକଁର ଉଦିଅମରେ ସେମାନେ ସେମେଲମୁଣ୍ଡା ଫିରିଛନ୍‌। ଭାଇବହେନ୍‌ ଅଜାଆଈ ଆର ବଡ଼ ମା’ବାପାକଁର ଦେଖ୍‌ରେଖ୍‌ରେ ରହୁଛନ୍‌। ବିଦେଶୀ କୁଲିମଜୁରି କରି ଯାହା ରୁଜଗାର କରୁଥିଲେ ସେଥ୍‌ରେ ୩ ପରାନୀ କୁଟୁମ ଆରାମରେ ଚଲିଯାଉଥିଲେ। ହେଲେ ଦୁରଯୋଗ୍‌କେ ଦିଆଲି ଦିନ ବିଦେଶୀ ଶଶୁର ଘର ସିକାବହଙ୍ଗାରୁ ନିଜର ଗଁାକେ ଫିରଲାବେଲେ ବାଇକ ଦୁରଘଟନାରେ ତାକର ମୁର୍‌ତୁ ହେଇଯାଇଛେ। ଇଆଡ଼େ ମା’ ମଲା ଉତାରୁ ମାଟ୍ରିକ ପାସ୍‌ କରିଥିବାର ଝି’ କିର୍ତ୍ତି ଟଁକା ପଏସା ଅଭାବୁ କଲେଜରେ ନଁା ଲେଖେଇ ନାଇଁପାରି। ସେନ୍‌ତା ବିଦେଶୀକଁର ମା’ବାପ୍‌ ବି ବଏସ୍‌ ଅଧ୍‌କା ଲାଗି ଅପାରୁ ହେଲେନ। ଏନ୍‌ତା କି ତାକର ଜମିବାଡ଼ି ବି ନାଇଁ। ପିଡିଏସ୍‌ ଚାଉଲ ଆର ବୁଢ଼ାବୁଢ଼ି ଭତା ସେମାନକର ସାହାଭରସା। ଏନ୍‌ତାଥି ବୁଢ଼ାବୁଢ଼ି ନାତିନାତେନକଁର ଭବିଷତ୍‌ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ଦୁଇ ଭାଇଭହେନ୍‌ ମା’ବାପ୍‌କେ ହରେଇ ଅସାହା ହେଇଯାଇଛନ୍‌। ଇ ଅସାହା ଭାଇବହେନ୍‌କେ ବ୍ଲକ ପରଶାସନ ହରିଶ୍ଚନ୍ଦ୍ର ଯୋଜନା, ପରିବାର ମଙ୍ଗଳ ଯୋଜନାରେ ସାହାଯ୍‌ ଯୁଗେଇ ଦେବାକେ ଦାବି ହେଉଛେ। ସେନ୍‌ତା ସିଡବ୍ଲୁସି ତରଫୁ ଛେଉଁଡ଼ ଭାଇବହେନ୍‌କେ ଦୁରୁଷ୍‌ଟି ଦେଇ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡିଆକୁଁ ପଚ୍‌ରାଲାରୁ ବିଦେଶୀକଁର ଝି’ ୪୦ ପରତିଶତ ମାର୍କ ରଖିଥିଲେ ତାକର ଉଚ ଶିକ୍ଷା ଲାଗି ବେବସ୍‌ତା କରାଯିବା। ବୁଧୁବାର ସେମେଲମୁଣ୍ଡା ଯାଇ ଘଟନାର ତଦଁତ୍‌ କରାଯିବା ବଲି ସେ କହିଛନ୍‌।

Share