Advertisement

ମା’ର ମୃତଦେହକୁ କାନ୍ଧଦେଲେନି ପୁଅ: ପୋଲିସ ଉପସ୍ଥିତିରେ ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ

ଛେଣ୍ଡିପଦା,୧।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ମାଛକୁଟା ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମା’ର ଅନ୍ତିମ ସଂସ୍କାର ପାଇଁ ନିଜ ପୁଅ କାନ୍ଧ ଦେଇ ନ ଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ଗଁ।ରେ ମୃତଦେହ ପଡ଼ିଥିବା ନେଇ ଗ୍ରାମବାସୀ ଛେଣ୍ଡିପଦା ଥାନାକୁ ଜଣାଇଥିଲେ। ଏହାପରେ ପୋଲିସ ଉପସ୍ଥିତିରେ ଗ୍ରାମବାସୀ ମୃତ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ଗଁାର ଦ୍ୱାରିକା ନାଥ ଗଡ଼ନାୟକଙ୍କ ସ୍ତ୍ରୀ ଗହମ ଗଡ଼ନାୟକ କିଛି ମାସ ହେବ ରୋଗଗ୍ରସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ବୁଧବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପାରିବାରିକ କଳହକୁ ନେଇ ତାଙ୍କ ପୁଅ ଧରଣୀ ବାହାରେ ରହୁଥିବା ବେଳେ ମା’ଙ୍କ ମୃତ୍ୟୁ ନେଇ ସମ୍ପର୍କୀୟ ତାଙ୍କୁ ଖବର ଦେଇଥିଲେ। ହେଲେ ବଡ଼ ବିଡ଼ମ୍ବନାର ବିଷୟ ଘରଠାରୁ ୫ କିଲୋମିଟର ଦୂରରେ ପୁଅ ଧରଣୀ ରହୁଥିବା ବେଳେ ମା’ର ଅନ୍ତିମ ସଂସ୍କାର ପାଇଁ ଆସି ନ ଥିଲେ। ତେବେ ପୁଅର ଏଭଳି କାର୍ଯ୍ୟକୁ ନେଇ ସମଗ୍ର ଅଞ୍ଚଳରେ ନିନ୍ଦା କରାଯିବା ସହ ଏକ ଲଜ୍ୟାଜନକ ଘଟଣା ବୋଲି ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel