ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ: ଯୋଡ଼ାମ୍ବରେ ନୂତନ ଥାନା କଲେ ଉଦ୍‌ଘାଟନ

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଜିଲା ଗସ୍ତ କରି ଫେରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ଯୋଡ଼ାଆମ୍ବଠାରେ ଏକ ନୂତନ ପୋଲିସ ଥାନା ଉଦ୍‌ଘାଟନ କରିଛନ୍ତି। ଏଥିସହ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପରେ ଜିଲା ପୋଲିସ କାର୍ଯ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀଙ୍କ ମାଓବାଦୀ ଦମନ, ଗତିବିଧି, ସୁରକ୍ଷା ସ୍ଥିତି ଓ ସ୍ବାଭିମାନ ଅଞ୍ଚଳର ଉନ୍ନୟନମୂଳକ କାଯର୍ର୍‌ୟ ଉପରେ ସମୀକ୍ଷା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଜି ଅପରେଶନ ଅମିତାଭ ଠାକୁର, ଏସ୍‌ଆଇଡବ୍ଲ୍ୟୁ, ଡିଆଇଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ କେ.ଅହମ୍ମଦ, ମାଲକାନଗିରି ଏସ୍‌ପି ଋଷିକେଶ ଡି ଖିଲାରୀଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ।