ମାଲକାନଗିରିରେ ଭୂକମ୍ପ, ଜିଲାବାସୀ ଆତଙ୍କିତ

ମାାଲକାନଗିରି, ୨୧।୩(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ଭୂତାଣୁ ରୋଗ ସମ୍ବନ୍ଧରେ ରାଜ୍ୟବାସୀ ଆତଙ୍କିତ ଥିବା ବେଳେ ଶନିବାର ମାଲକାନଗିରି ଜିଲାରେ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି। ଏହାକୁ ନେଇ ଜିଲାବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ପୂର୍ବାହ୍ନ ୧୧.୧୫ ମିନିଟ୍‌ ସମୟରେ ଭୂକମ୍ପ ପ୍ରଭାବରେ ମାଲକାନଗିରି ସଦର ମହକୁମା ଆଇ.ଟି.ଡିଏ., ଥାନା ଏବଂ କେତେକ ଘରର କାନ୍ଥ ଫାଟିଥିବା ଦେଖିବାକୁ ମିଳିଛି। ଭୂକମ୍ପ ଅନଭୂତ ହେବାରୁ ଅନେକ ବ୍ୟକ୍ତି ଘର ଛାଡି ପରିବାରଙ୍କ ସହ ପଦାକୁ ପଳାଇ ଆସିଥିଲେ। ମାଲକାନଗିରି ସହର ବ୍ୟତୀତ ସୀମାନ୍ତ ଛତିଶଗଡ, ଚଲାଣଗୁଡା, ପଦ୍ମଗିରି, ପାଣ୍ଡ୍ରିପାଣି, ମାଥିଲି ଗୋବିନ୍ଦପାଲ୍ଲୀ, ଖଇରପୁଟ, କୁଡୁମୁଲୁଗୁମ୍ମା, କୋରୁକୋଣ୍ଡା ଅଞ୍ଚଳରେ ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଛ। ଏହି ଭୂକମ୍ପ ମାତ୍ର ୨ ସେକେଣ୍ଡ ପାଇଁ ଅନଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଥିଲା। ତେବେ ପୁନର୍ବାର ଭୂକମ୍ପ ଆଶଙ୍କାକୁ ନେଇ ଜିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

Share