ମାଲକାନଗିରି, ୨୮।୬(ସ୍ବ.ପ୍ର.): ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଫିସ ପରିସରରେ ମୋଟରସାଇକେଲ ଥିବାବେଳେ ନିକଟରେ ଥିବା ଏକ ଜଳଖିଆ ଦୋକାନରୁ ଗ୍ୟାସ୍ ଲିକ୍ହୋଇ ହଠାତ୍ ନିଆଁ ଲାଗିଯାଇଥିଲା। ଖବର ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ତେବେ କ୍ଷୟକ୍ଷତିର ଆକଳନ ହୋଇ ନାହିଁ।