ମାଲକାନଗିରି ବସ୍‌ଷ୍ଟାଣ୍ଡରୁ ୮ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି,୪।୨(ଡି.ଏନ୍‌.ଏ)- ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ବସଷ୍ଟାଣ୍ଡଠାରେ ମଙ୍ଗଳବାର ଚାଇଲ୍ଡ ଲାଇନ ମଙ୍ଗଳବାର ଚଢ଼ାଉ କରି ୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଘଟଣାରେ ଜଣେ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଚିଡ଼ିପାଲ୍ଲୀ ଗ୍ରାମର ଜଣେ ଦଲାଲ କୁଡ଼ୁମୁଲୁଗୁମ୍ମା ଅଞ୍ଚଳର ଶିଶୁମାନଙ୍କୁ ଲଙ୍କା ତୋଳିବା ପାଇଁ ଆନ୍ଧ୍ର ପ୍ରଦେଶକୁ ନେଉଥିଲେ। ସେମାନେ ମାଲକାନଗିରି ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ନେଇ ଚାଇଲ୍ଡ ଲାଇନ ଖବର ପାଇଥିଲେ। ପରେ ଚାଇଲ୍ଡ ଲାଇନ ସଦସ୍ୟ ସୁକାନ୍ତି ବିଶ୍ୱାଳ ଓ ସୌମ୍ୟରଞ୍ଜନ ସ୍ବାଇଁ ବସଷ୍ଟାଣ୍ଡରେ ପହଞ୍ଚତ୍ ଦଲାଲଙ୍କୁ ଅଟକ ରଖିବା ସହ ଶିଶୁଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ଦଲାଲକୁ ପଚରାଉଚରା ଜାରି ରହିଥିବା ବେଳେ ପରେ ଶିଶୁ ମଙ୍ଗଳ କମିଟି ନିକଟରେ ଶିଶୁଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ା