ମାଲକାନଗିରି ସହରରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ: ନ ଫାଟି ଝୁଲିରହିଛି କେଶର

ମାଲକାନଗିରି,୧୩।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ସଦରମହକୁମାରେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି । ହାଇଟେକ୍‌ କଲୋନୀର ଦିଗାମ୍ବର ବେହେରା ଶୁକ୍ରବାର ବଜାରରୁ ଅଣ୍ଡା କିଣିଥିଲେ। ତେବେ ଓମ୍‌ଲେଟ୍‌ କରିବା ପାଇଁ ୨ ଟି ଅଣ୍ଡା ଫଟାଇଥିବା ବେଳେ ଅନ୍ୟ ଏକ ଅଣ୍ଡା ଫାଟି ନ ଥିଲା। ପରେ ତାହା ଛଡ଼ାଇବାକୁ ଚେଷ୍ଟା କରିବାରୁ ସେଥିରେ ପ୍ଲାଷ୍ଟିକ ଆବରଣ ଦେଖିବାକୁ ମିଳିଥିଲା । ଏହି ଅଣ୍ଡା ସାଧାରଣ ଅଣ୍ଡା ଠାରୁ ସାମାନ୍ୟ ଗୋଲ ଦେଖାଯାଉ ଥିବା ବେଳେ କେଶର ମଧ୍ୟ ନ ଫାଟି ଝୁଲି ରହୁଥଲା। ଏହାକୁ ପୋଡିବା ବେଳେ ପ୍ଲାଷ୍ଟିକ ଗନ୍ଧ ହେଉଥିବା ଜଣାପଡ଼ିଛି । ଏହି ଘଟଣା ପ୍ରଘଟ ହେବା ପରେ ସାଧାରଣ ଲୋକେ ଆତଙ୍କିତ ହୋଇଛନ୍ତି । ତେବେ ଜିଲାରେ ଏଭଳି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Share