ଦିବ୍ରୁଗଡ଼,୮।୧୨: ଆସାମରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହାର ୭ ବଗି ଲାଇନଚ୍ୟୁତ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ରେ ଥିବା ନାହାରକାଟିଆ ରେଳଷ୍ଟେଶନ ନିକଟରେ ଏହା ଘଟିଛି। ତେବେ ଏଥିରେ କେହି ହତାହତ ହୋଇ ନାହାଁନ୍ତି। ଖବର ପାଇ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହି ରେଳପଥ ଦେଇ ସମସ୍ତ ଟ୍ରେନ୍ ଚଳାଚଳକୁ ସାମୟିକ ବାତିଲ କରାଯାଇଛି। ସୂଚନାଯୋଗ୍ୟ ପୂର୍ବରୁ ଗତ ନଭେମ୍ବରରେ ଏଠାରେ ଏକ ଯାତ୍ରୀବାହୀ ଟ୍ରେନ୍ର ୨ ବଗି ଲାଇନଚ୍ୟୁତ ହୋଇଥିଲା।