ମାଲିକଙ୍କୁ ଖାଇଗଲେ କୁକୁର

ଡଲାସ, ୧୨।୭:ଟେକ୍ସାସ୍‌ର ୫୭ ବର୍ଷୀୟ ଫ୍ରେଡି ମାକ୍‌ଙ୍କୁ ତାଙ୍କର ୧୮ଟି ପୋଷାକୁକୁର ଖାଇଦେଇଛନ୍ତି। କିଛି ମାସ ହେଲା ମାକ୍‌ ନିଖୋଜ ଥିଲେ। ଡିଏନ୍‌ଏ ପରୀକ୍ଷାରୁ ତାଙ୍କୁ କୁକୁର ଖାଇଦେଇଥିବା ଜଣାପଡିଥିଲା। ଏପରିକି ସେମାନେ ମାଲିକ ପିନ୍ଧିଥିବା ପୋଷାକକୁ ମଧ୍ୟ ଖାଇଦେଇଥିଲେ ବୋଲି ଜନ୍‌ସନ କାଉଣ୍ଟି ଶେରିଫ୍‌ କାର୍ଯ୍ୟାଳୟର ଡେପୁଟି ଆରୋନ ପିଟ୍ସ କହିଛନ୍ତି। ଜଣେ ଲୋକର ହାଡ଼, କେଶ ସହ ସମ୍ପୂର୍ଣ୍ଣ ଶରୀରକୁ କୁକୁର ଖାଇଯିବା ଘଟଣା କେବେ ଶୁଣାଯାଇ ନ ଥିଲା। ତେବେ କୁକୁର ତାଙ୍କୁ ମାରିଥିଲେ କି ସେ ମରିଯିବା ପରେ ମୃତଦେହକୁ ଖାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ।

Share