ମାଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୧୩ ଫ୍ରାନ୍ସ ସେନା ଶହୀଦ

ପ୍ୟାରିସ୍‌,୨୬।୧୧: ପ୍ୟାରିସ୍‌ର ମାଲିରେ ଇସ୍‌ଲାମ ଚରମପନ୍ଥୀ ବିରୋଧରେ ଚାଲିଥିବା ଏକ ଅପରେଶନରେ ସୋମବାର ରାତିରେ ୨ ହେଲିକପ୍ଟର ମୁହାଁମୁହିଁ ହୋଇଥିଲେ। ଏହି ଦୁର୍ଘଟଣାରେ ଫ୍ରାନ୍ସର ୧୩ ସେନା ଶହୀଦ ହୋଇଛନ୍ତି। ଏନେଇ ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ସୂଚନା ଦେଇଛନ୍ତି। ଶହୀଦ ସେନାଙ୍କ ପାଇଁ ମାକ୍ରନ ଗଭୀର ଶୋକ ପ୍ରକାଶ କରିବା ସହ ଆତଙ୍କବାଦ ବିରୋଧରେ ଚଳାଇଥିବା ସାହସିକତା ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି।

Share