ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବାମାକୋ,୨୦ା୪ (ଏଏଫ୍‌ପି): ମାଲିରେ ହିଂସା ଦମନ କରିବାରେ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ସୁମିଲୁ ବୁବେୟି ମାଇଗା ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ପ୍ରଦାନ କରିଛନ୍ତି। ଦେଶର କେନ୍ଦ୍ରାଞ୍ଚଳରେ ଗତମାସରେ ଘଟିଥିବା ଗଣହତ୍ୟାରେ ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ହିଂସା ନିୟନ୍ତ୍ରଣରେ ବିଫଳତା ପାଇଁ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏହାର ପ୍ରତିବାଦରେ ଦୁଇ ସପ୍ତାହ ଧରି ଗଣବିକ୍ଷୋଭ ଲାଗିରହିଥିଲା। ବୁଧବାର ମାଲି ପାର୍ଲାମେଣ୍ଟରେ ଉଭୟ ଶାସକ ଓ ବିରୋଧୀ ଦଳର ଏମ୍‌ପିମାନେ ମାଇଗାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ଇବ୍ରାହିମ୍‌ ବୁବାକର କେଇତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Share