ପାଟନା. ୭।୬: ୨୦୦୮ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ଭାଜପା ସାଂସଦ ଏମ୍ପି ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି। ସାଧ୍ୱୀ କୋର୍ଟରେ ହାଜର ହେବାକୁ କୁହାଯାଉଥିଲେ ମଧ୍ୟ ଅସୁସ୍ଥତା ଦର୍ଶାଇ କୋର୍ଟରେ ହାଜର ହୋଇ ପାରି ନ ଥିବା ତାଙ୍କ ଓକିଲ ସଫେଇ ଦେଇଥିଲେ। କୋର୍ଟରେ ହାଜର ନ ହେଲେ ପରିସ୍ଥିତି ଖରାପ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ଶୁକ୍ରବାର ହାଜର ହୋଇଛନ୍ତି। କୋର୍ଟରେ ଉପସ୍ଥିତ ଥିବା ମାଲେଗାଁଓ ବିସ୍ଫୋରଣ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନିଛ କି ନାହିଁ ବୋଲି ପଚରାଯିବାରୁ ମୁଁ କିଛି ଜାଣିନାହିଁ ବୋଲି କହିଥିଲେ ସାଧ୍ୱୀ। ସେହିପରି ମାଲେଗାଁଓ ବିସ୍ଫୋରଣ ବାବଦରେ ପଚରାଯିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।